ETV Bharat / city

Lok Adalat: ସମାଧାନ ହେଲା ପୁରୁଣା ଘରୋଇ ହିଂସା ସହ ବିବାହ ବିଚ୍ଛେଦ ମାମଲା

author img

By

Published : Dec 11, 2021, 7:14 PM IST

ସିଲଭର ସିଟିରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ସମାଧାନ ହେଲା ପୁରୁଣା ଘରୋଇ ହିଂସା ସହ ବିବାହ ବିଚ୍ଛେଦ ମାମଲା । ଅଧିକ ପଢନ୍ତୁ

Lok Adalat: ସମାଧାନ ହେଲା ପୁରୁଣା ଘରୋଇ ହିଂସା ସହ ବିବାହ ବିଚ୍ଛେଦ ମାମଲା
Lok Adalat: ସମାଧାନ ହେଲା ପୁରୁଣା ଘରୋଇ ହିଂସା ସହ ବିବାହ ବିଚ୍ଛେଦ ମାମଲା

କଟକ: ସିଲଭର ସିଟିରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି। କଟକ ଗ୍ରାମାଞ୍ଚଳ ପ୍ରଥମ ଶ୍ରେଣୀ ଵିଚାର ଵିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆୟୋଜିତ ଲୋକ ଅଦାଲତରେ ଦୁଇଟି ପୁରୁଣା ଘରୋଇ ହିଂସା ଓ ଵିଵାହ ଵିଚ୍ଛେଦ ମାମଲାର ଆପୋଷ ସମାଧାନ ହୋଇଛି। ଏହିଭଳି ମାମଲା ଯୋଗୁଁ ଵର୍ଷ ଵର୍ଷ ଧରି ଅଲଗା ରହୁଥିବା ସ୍ବାମୀ, ସ୍ତ୍ରୀଙ୍କ ପରିଵାର ପୁଣି ଏକାଠି ହୋଇଛନ୍ତି। କଟକ କନ୍ଦରପୁର ଥାନା ଅନ୍ତର୍ଗତ ଵିରିଵାଟୀର ଦମ୍ପତି ମଧୁସ୍ମିତା ଓ ଵିଜୟ ରଣା କୋର୍ଟରେ ଘରୋଇ ହିଂସା ମାମଲା ଯୋଗୁଁ ଵିଵାହର ୧୭ଵର୍ଷ ପରେ ପ୍ରାୟ ଵର୍ଷେ ହେଵ ଅଲଗା ଅଲଗା ରହୁଥିଲେ।

ହେଲେ ଶନିବାର କାଉନସେଲିଂ ଦ୍ବାରା ଉଭୟ ସ୍ବାମୀ, ସ୍ତ୍ରୀ ସଵୁ ମାମଲା ପ୍ରତ୍ୟାହାର କରି ପୁଣି ଏକାଠି ରହିବା ପାଇଁ ଲୋକ ଅଦାଲତରେ ସହମତି ପ୍ରକାଶ କରିଛନ୍ତି। ସେହିପରି ଚୌଦ୍ବାର ଚଷାପଡାର ଦମ୍ପତି ଵିଵାହର ମାତ୍ର ଵର୍ଷକ ଭିତରେ ଘରୋଇ ହିଂସା ଓ ଵିଵାହ ଵିଚ୍ଛେଦ ମାମଲା ଯୋଗୁଁ ଗତ ତିନି ଵର୍ଷ ହେଵ ଅଲଗା ଅଲଗା ରହୁଥିଲେ। ଓକିଲଙ୍କ ଜରିଆରେ ଉଭୟ ସ୍ବାମୀ, ସ୍ତ୍ରୀ ଆପୋଷ ଵୁଝାମଣା କରି ପୁଣି ଏକାଠି ରହିବା ପାଇଁ ଲୋକ ଅଦାଲତଙ୍କୁ ଜଣାଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.