ETV Bharat / city

ଜଙ୍ଗଲ ଜମିରେ ପିଜୁଳି ଗଛ ହଟାଇବାକୁ NGTର ନିର୍ଦ୍ଦେଶ

author img

By

Published : May 25, 2022, 11:13 AM IST

ଜଙ୍ଗଲ ଜମିରେ ପିଜୁଳି ଗଛ ଲଗାଇବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହାକୁ ଗୁରୁତ୍ବର ସହ ନେଇ ଉକ୍ତ ଜଙ୍ଗଲ ଜମିରେ ରୋପଣ ହୋଇଥିବା ସମସ୍ତ ପିଜୁଳି ଗଛ ଗୁଡିକୁ ହଟାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଜଙ୍ଗଲ ଜମିରେ ପିଜୁଳି ଗଛ ହଟାଇବାକୁ NGTର ନିର୍ଦ୍ଧେଶ

କଟକ: ଜଙ୍ଗଲ ଜମିରେ ପିଜୁଳି ଗଛ ଲଗାଇବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (Ntional Green Tribunal) । ଏହାକୁ ଗୁରୁତ୍ବର ସହ ନେଇ ଉକ୍ତ ଜଙ୍ଗଲ ଜମିରେ ରୋପଣ ହୋଇଥିବା ସମସ୍ତ ପିଜୁଳି ଗଛ ଗୁଡିକୁ ହଟାଇବାକୁ କଟକ ଡିଏଫଓ ଓ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ।

କେବଳ ସେତିକି ନୁହେଁ ଏହାର କ୍ଷତିପୂରଣ ବାବଦକୁ ଏକ କୋଟି ଟଙ୍କା ଜମା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଏହି ଜମା ରାଶି ଦୁଇ ମାସ ମଧ୍ୟରେ କଟକ ଡିଏଫଓଙ୍କ ନିକଟରେ ଜମା କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ କାର୍ଯ୍ୟକାରୀ ହୋଇଛି କି ନାହିଁ ସେନେଇ ଜୁଲାଇ ୩୧ ତାରିଖ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।

ମାମଲାରୁ ଜଣାପଡିଛି ଯେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅନ୍ତର୍ଗତ ୩୭୭.୮୩ ଏକର ଜଙ୍ଗଲ ଜମିରେ ବିନା ଆଇନଗତ ଅନୁମତିରେ ପିଜୁଳି ଗଛ ଲଗାଯାଇଥିଲା । ତେବେ ଏହାକୁ ବିରୋଧ କରି ତପନ କୁମାର ବରାଳ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଏହି କଡା ନିର୍ଦ୍ଦେଶ କରିଛନ୍ତି NGT ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.