ETV Bharat / city

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ସମସ୍ତ ଜିଲ୍ଲାରେ ଭିଜିଲାନ୍ସ କମିଟି ଗଠନ ନିର୍ଦ୍ଦେଶ - ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା

ରାଜ୍ୟର ସମସ୍ତ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନିୟମାବଳୀ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଅଧିକ ପଢନ୍ତୁ...

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ
author img

By

Published : Aug 25, 2021, 12:03 PM IST

କଟକ: ରାଜ୍ୟର ସମସ୍ତ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନିୟମାବଳୀ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମାବଳୀ ୨୦୨୦ ଅନୁସାରେ ଭିଜିଲାନ୍ସ କମିଟି(ଭିସି) ଗଠନ ଓ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଜୁଲାଇ ୬ରେ ନିର୍ଦ୍ଦେଶ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୪ରେ ହାଇକୋର୍ଟରେ ଶୁଣାଣି ସମୟରେ ଦର୍ଶାଯାଇଥିଲା । ହେଲେ ୨୫ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଭିସି ଗଠନ ହୋଇ ନଥିବା ସ୍ପଷ୍ଟ ହୋଇଛି । ଯାହାଫଳରେ ତୁରନ୍ତ ଭିସି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଭିସି ଗଠନ କରାଯାଇଥିବା ବେଳେ ଅବଶିଷ୍ଟ ୨୫ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କମିଟି ଗଠନ ହୋଇ ନାହିଁ । ନଭେମ୍ବର ୧ ସୁଦ୍ଧା ଏହି ୨୫ଟି ଜିଲ୍ଲାରେ ଭିସି ଗଠନ ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ, ୟୁଏଲବି ଓ ଏଫପିଏସ ସ୍ତରରେ ଭିସି ଗଠନ ପାଇଁ ସ୍ପେଶାଲ ଡ୍ରାଇଭ କରାଯିବ । ଏହି ପ୍ରକ୍ରିୟା ଆଜିଠାରୁ(ବୁଧବାର) ୬ ମାସ ଭିତରେ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗରେ ଅଭିଯୋଗ ପାଇଁ ଗୋଟିଏ ଟୋଲ ଫ୍ରି ଟେଲିଫୋନ୍ ନମ୍ବର ବ୍ୟବସ୍ଥା କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ହୋଇଛି । ଏହି ଟୋଲ ଫ୍ରି ନମ୍ବରକୁ ଆସୁଥିବା ଅଭିଯୋଗ ରେକର୍ଡ କରାଯିବ ଓ ଏହା ଜିଲ୍ଲା ଗ୍ରିଭାନ୍ସ ରିଡ୍ରେସାଲ ଅଫିସର(ଡିଜିଆରଓ)ଙ୍କ ନିକଟକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି । ରାଜ୍ୟ ଖାଦ୍ୟ ଆୟୋଗ ୱେବସାଇଟରେ ଏହି ଟୋଲ ଫ୍ରି ନମ୍ବର ସଂକ୍ରାନ୍ତରେ ସୂଚନା ସେପ୍ଟେମ୍ବର ୧ ସୁଦ୍ଧା ପ୍ରକାଶ କରାଯିବ । ଟୋଲ ଫ୍ରି ନମ୍ବରକୁ ଆସୁଥିବା ଅଭିଯୋଗ ଓ ଏହାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଆୟୋଗ ୱେବସାଇଟରେ ଅପଲୋଡ୍ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଡିଜିଆରଓ ଖାଦ୍ୟ ସୁରକ୍ଷା ଆଇନ ଉଲ୍ଲଂଘନ ପ୍ରସଙ୍ଗ ତଦାରଖ କରିବେ । ଟିଡିପିଏସ ସହିତ ମଧ୍ୟାହ୍ନ ଭୋଜନ ଯୋଜନା, ସମନ୍ବିତ ଶିଶୁ ବିକାଶ ଯୋଜନା, ଏମବିପି ଯୋଜନା, ମମତା ଯୋଜନା କାର୍ଯ୍ୟକାରୀର ମଧ୍ୟ ତଦାରଖ ହେବ । ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସମସ୍ତ ଯୋଜନାର ସୋସିଆଲ ଅଡିଟ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ସୋସିଆଲ ଅଡିଟର ଅଂଶ ଭାବେ ଅନୁଷ୍ଠିତ ବୈଠକ ଗୁଡିକର ଭିଡିଓଗ୍ରାଫି କରାଯାଇ ଏହାକୁ ରାଜ୍ୟ ଖାଦ୍ୟ ଆୟୋଗ ୱେବସାଇଟରେ ଅପଲୋଡ଼୍ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବ ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଫଳପ୍ରଦ କାର୍ଯ୍ୟକାରୀ ସୁନିଶ୍ଚିତ କରିବ ବୋଲି ହାଇକୋର୍ଟ କହିଛନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ପାଇଁ କରାଯାଉଥିବା ସୋସିଆଲ ଅଡିଟ ସଂପର୍କରେ ବିସ୍ତୃତ ତଥ୍ୟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ସରକାର ହାଇକୋର୍ଟରେ ଦାଖଲ କରିବେ । ଏଥି ସହିତ ୨୦୨୧, ଜୁନ୍ ୧ରୁ ଅକ୍ଟୋବର ୩୧ ମଧ୍ୟରେ ଡିଜିଆରଓମାନଙ୍କ କାର୍ଯ୍ୟ ସଂପର୍କିତ ତଥ୍ୟ ମଧ୍ୟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ୨୦୨୦ର ନିୟମାବଳୀରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେବାକୁ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା । କମିଟିର ‌ପ୍ରଥମ ବୈଠକ ଅଗଷ୍ଟ ୧୮ରେ ଅନୁଷ୍ଠିତ ହୋଇଥିବା ବେଳେ ନଭେମ୍ବର ୧ ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ।

ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ସତ୍ୟପାଠ ସହିତ ଏ ସଂପର୍କିତ ରିପୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮କୁ ଧାର୍ଯ୍ୟ କରାଯାଇଛି । ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.