କଟକ: ଆଉ ମାତ୍ର ଦିନ କେଇଟା ପରେ ଶେଷ ହେବ ରମଜାନ ମାସ । ଏହି ମାସର ଶେଷ ଦିନ ଅର୍ଥାତ ୨୪ ତାରିଖରେ ଇଦ ପାଳନ କରିବେ ମୁସଲମାନ ସମ୍ପ୍ରଦାୟର ଲୋକେ, କିନ୍ତୁ ବର୍ଦ୍ଧିତ ଲକଡାଉନ ଏହି ଇଦ ପର୍ବକୁ ଫିକା ପକାଇପାରେ । ଲକଡାଉନ ନିୟମ ଅନୁସାରେ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରହିବ । ଏନେଇ ଇଦ ଦିନ ନମାଜ ପାଠକୁ ଅନୁମତି ଦେବାକୁ ଦାବି ଜଣାଇଛନ୍ତି କଟକର ମୁସଲମାନ ସମ୍ପ୍ରଦାୟ ।
ମୁସଲିମ ପରମ୍ପରା ଅନୁସାରେ ଇଦ ଦିନ ମସଜିଦରେ ନମାଜ ପାଠ କରିବା ବିଧି ରହିଛି । ତେବେ ବିନା ମସଜିଦରେ କିପରି ନମାଜ ପାଠ କରିବେ ତାହାକୁ ନେଇ ଏବେ ଚିନ୍ତାରେ ମୁସଲମାନ ସମ୍ପ୍ରଦାୟ । ଇଦ ଦିନ ରାଜ୍ୟ ସାରା କେବଳ ଏକ ଘଣ୍ଟା ପାଇଁ ସମୂହ ନମାଜ ପାଠ କରିବାକୁ ମଙ୍ଗଳବାର ଜିଲ୍ଲାପାଳଙ୍କ ଜରିଆରେ ଅନୁମତି ମାଗିଛି ଅଞ୍ଜୁମାନ ଇସଲାମିଆ ଅଲହେ ସୁନତ ଓ ଜମାତ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ