ETV Bharat / city

ମୁରାରୀ ତନ୍ତୀ ହତ୍ୟାକାଣ୍ଡ ଘଟଣା: ୪ ଅଭିଯୁକ୍ତ ଗିରଫ - ମୁରାରୀ ତନ୍ତୀ ହତ୍ୟାକାଣ୍ଡ ଘଟଣା

ସୁନ୍ଦରଗଡ଼ରେ ରିୟଲ ଷ୍ଟେଟ ବ୍ୟବସାୟକୁ ନେଇ ଗଡ଼ିଥିଲା ମୁଣ୍ଡ । ୨୯ ତାରିଖରେ ଫୁଟିଥିଲା ଗୁଳି । ଗିରଫ ହେଲା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ମୁରାରୀ ତନ୍ତୀ ହତ୍ୟାକାଣ୍ଡ ଘଟଣା : ଚାରି ଅଭିଯୁକ୍ତ ଗିରଫ

author img

By

Published : May 2, 2022, 6:38 PM IST

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଟ୍ରକ ଓନର ଆସୋସିଏସନ ନିକଟ ପିଏସଆର ଫିଲ୍ମ ହଲ ସମ୍ମୁଖରେ ଗତ ୨୯ ତାରିଖରେ ଫୁଟିଥିଲା ଗୁଳି । ଯେଉଁଥିରେ ଚାଲିଯାଇଛି ମୁରାରୀ ତନ୍ତୀଙ୍କ ଜୀବନ । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତକୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ହତ୍ୟାକାଣ୍ଡର ପ୍ରମୁଖ କାରଣ ଥିଲା ରିୟଲ ଷ୍ଟେଟ ବ୍ୟବସାୟ ।

ଦୁର୍ବୃତ୍ତର ଏତେ ରାଗ ଥିଲା ଯେ ମୁରାରୀ ଟଳି ପଡ଼ିବା ପରେ ବି ବାରମ୍ବାର ଗୁଳି କରି ଚାଲିଥିଲା ଦୁର୍ବୃତ୍ତ । ପରେ ମୂମୁର୍ଷ ଅବସ୍ଥାରେ ମୁରାରୀଙ୍କୁ ତାଙ୍କ ଡ୍ରାଇଭର ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ମୁରାରୀ ଆଖି ବୁଜି ଦେଇଥିଲେ ।

ମୁରାରୀ ତନ୍ତୀ ହତ୍ୟାକାଣ୍ଡ ଘଟଣା : ଚାରି ଅଭିଯୁକ୍ତ ଗିରଫ
ପୋଲିସ ଘଟଣାର ଗ୍ରାଉଣ୍ଡ ଜିରୋକୁ ଯାଇ ସିସିଟିଭି ଫୁଟେଜ ଭିତ୍ତିରେ ତଦନ୍ତ ଚାଲୁ କରିଥିବାବେଳେ ଗତକାଲି ରାତିରେ ତିନି ଜଣ ଅଭିଯୁକ୍ତକୁ ରାଉରକେଲାରୁ ଗିରଫ କରିଥିବାବେଳେ ଆଜି ଅନ୍ୟ ଜଣକୁ ଝାରସୁଗୁଡା ଜିଲ୍ଲାରୁ ଗିରଫ କରିଛି ।ଏ ନେଇ ପୋଲିସ ଚାରୋଟି ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ପିସ୍ତଲ ଓ ବାଇକକୁ ମଧ୍ୟ ଜବତ କରିଛି । ଏହା ସହ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଏହି ସମସ୍ତ ଅଭିଯୁକ୍ତଙ୍କ ନାମରେ ଟାଉନ ଥାନାରେ ଏକାଧିକ ସଙ୍ଗୀନ ମାମଲା ଥିବା କଥା ଏସପି ପ୍ରେସମିଟରେ କହିଛନ୍ତି ।

ଅନ୍ୟପକ୍ଷରେ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ, ଗୁଳି କରିଥିବା ଅଭିଯୁକ୍ତ, ଗୁଳିକାରୀଙ୍କୁ ବାଇକରେ ସହାୟତା କରିବା ଅଭିଯୁକ୍ତ ଓ ପିସ୍ତଲ ଯୋଗାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଯଶବନ୍ତ ପାଣ୍ଡବ ଓରଫ ଜିତୁ, ଦେବାଶିଷ ତନ୍ତୀ, ବସନ୍ତ ପାଣ୍ଡବ ଓ ପ୍ରଶାନ୍ତ ପାଣ୍ଡବ ଓରଫ ଜିତେନ ।

ଏହି ସମସ୍ତ ଅଭିଯୁକ୍ତଙ୍କ ନାମରେ ଟାଉନ ଥାନାରେ ପୂର୍ବରୁ ଏକାଧିକ ସଙ୍ଗୀନ ମାମଲା ଅଛି । ରିୟଲ ଷ୍ଟେଟ ବ୍ୟବସାୟ ସହ ପୂର୍ବ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା କଥା ଏସପି କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.