ETV Bharat / city

ମୁଣ୍ଡୁଳି ଟ୍ରାଜେଡି: ଆସିଲା ମୃତ ଦନ୍ତାର ବ୍ୟବଚ୍ଛେଦ ରିପୋର୍ଟ

କଟକ ଜିଲ୍ଲା ମୁଣ୍ଡୁଳି ବ୍ୟାରେଜରେ ହାତୀ ମୃତ୍ୟୁ ଘଟଣା । ଆସିଲା ହାତୀ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ । ଅଧିକ ପଢନ୍ତୁ...

ମୁଣ୍ଡୁଳି ବ୍ୟାରେଜରେ ହାତୀ ମୃତ୍ୟୁ ଘଟଣା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

author img

By

Published : Oct 7, 2021, 2:42 PM IST

Updated : Oct 7, 2021, 3:01 PM IST

କଟକ: ମୁଣ୍ଡୁଳି ବ୍ୟାରେଜରେ ହାତୀ ମୃତ୍ୟୁ ଘଟଣା । ଆସିଲା ମୃତ ହାତୀର ବ୍ୟବଚ୍ଛେଦ ରିପୋର୍ଟ । ବ୍ୟବଚ୍ଛେଦର 72 ଘଣ୍ଟା ପୂର୍ବରୁ ହୋଇଛି ହାତୀର ମୃତ୍ୟୁ । ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡି ରହିବା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ମୁଣ୍ଡୁଳି ଟ୍ରାଜେଡି: ଆସିଲା ମୃତ ଦନ୍ତାର ବ୍ୟବଚ୍ଛେଦ ରିପୋର୍ଟ

ତେବେ ଗତ 24 ତାରିଖ ଦିନ ମୁଣ୍ଡୁଳିରେ ଘଟିଥିଲା ଅଘଟଣ । ବ୍ୟାରଜ ଅଥଳ ଜଳରେ ହାତୀ ଫସିଥିଲା ବେଳେ ଯାଇଥିଲା ଦୁଇ ଅମୂଲ୍ୟ ଜୀବନ । ତେବେ ହାତୀ ସେହି ଦିନ ଉଦ୍ଧାର ହୋଇ ନଥିଲା ବେଳେ ଆସନ୍ତା 26 ତାରିଖରେ ଏକ ମୃତଦେହ ଯୋବ୍ରା ବ୍ୟାରେଜରେ ଦୃଶ୍ୟମାନ ହୋଇଥିଲା । ଗେଟ ଖୋଲିଲା ପରେ ମୃତ ହାତୀଟି ଜଗତପୁର ସାତ ବାଟିଆରୁ ଉଦ୍ଧାର ହୋଇଥିଲା । ତେବେ ଗୁରୁବାର ମୃତ ହାତୀର ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି ।

ହାତୀକୁ ବଞ୍ଚାଇବାକୁ ଯାଇ ଜମେ ଗଣମାଧ୍ୟମ ପ୍ରତିନିଧି ଓ ଜଣେ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଆଉ କିଛି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 7, 2021, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.