ETV Bharat / city

ମୁଣ୍ଡଳୀ ବୋଟ ଓଲଟିବା ଘଟଣାର ହେବ ତଦନ୍ତ - ମୁଣ୍ଡଳୀ ବୋଟ ଓଲଟିବା ଘଟଣା

ମୁଣ୍ଡଳୀରେ ହାତୀ ଉଦ୍ଧାର ବେଳେ ବୋଟ ଓଲଟିବା ଘଟଣାର ତଦନ୍ତ କରାଯିବ । ଆଇନ ଶୃଙ୍ଖଳା ଏଡିଜି ଘଟଣାର ତଦନ୍ତ କରିବେ । କିଭଳି ଏବଂ କେଉଁ ପରିସ୍ଥିତିରେ ଓଡ୍ରାଫ ବୋଟ୍‌ ଗଣମାଧ୍ୟମ ପ୍ରତିନିଧି ଯାତ୍ରା କରିଥିଲେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଅଧିକ ପଢ଼ନ୍ତୁ...

ମୁଣ୍ଡଳୀ ବୋଟ ଓଲଟିବା ଘଟଣାର ହେବ ତଦନ୍ତ
ମୁଣ୍ଡଳୀ ବୋଟ ଓଲଟିବା ଘଟଣାର ହେବ ତଦନ୍ତ
author img

By

Published : Sep 24, 2021, 9:27 PM IST

କଟକ: ମୁଣ୍ଡଳୀରେ ହାତୀ ଉଦ୍ଧାର ବେଳେ ବୋଟ ଓଲଟିବା ଘଟଣାର ତଦନ୍ତ କରାଯିବ । ଆଇନ ଶୃଙ୍ଖଳା ଏଡିଜି ଘଟଣାର ତଦନ୍ତ କରିବେ । କିଭଳି ଏବଂ କେଉଁ ପରିସ୍ଥିତିରେ ଓଡ୍ରାଫ ବୋଟ୍‌ ଗଣମାଧ୍ୟମ ପ୍ରତିନିଧି ଯାତ୍ରା କରିଥିଲେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଏହାକୁ ନେଇ ଏଡିଜି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକ ମୁଣ୍ଡଳୀ ବ୍ୟାରେଜରେ ଦୀର୍ଘ ଦୁଇ ୯ ଘଣ୍ଟା ଧରି ଫସି ରହିଥିଲା ଗଜରାଜ । ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବାବେଳେ ଓଡ୍ରାଫ ଡଙ୍ଗା ଓଲଟି ପଡ଼ିଥିଲା । ଏଥିରେ ସାମିଲ ଥିଲେ ଘରୋଇ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ହାତୀ ପାଖକୁ ଗଲାବେଳେ ଓଡ୍ରାଫ ଡଙ୍ଗାଟି ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା ।

ହଠାତ ଡଙ୍ଗାଟିର ଯନ୍ତ୍ର ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିଲା । ଡଙ୍ଗାରେ ଥିବା ୭ ରୁ ୮ ଜଣ ଓଡ୍ରାଫ କର୍ମଚାରୀ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରଖର ପାଣି ସୁଅରେ ଓଡ୍ରାଫ ଡଙ୍ଗାକୁ ଧରି ରହିଥିଲେ । ଏହା ପରେ ସେମାନଙ୍କୁ ଦଉଡି ସାହାଯ୍ୟରେ ତୁରନ୍ତ ଉଦ୍ଧାର କର୍ଯ୍ୟ ଆରମ୍ଭ କରାଯାଇଥିଲା । ଉଭୟଙ୍କୁ ଗୁରୁତର ଭାବରେ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ଏସସିବିରେ ପହଞ୍ଚିବା ବେଳେ ଅରିନ୍ଦମ ମୃତ୍ୟୁବରଣ କରିସାରିଥିଲେ । ସେପଟେ ପ୍ରଭାତଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।

ଓଡ଼ିଆ ଗଣମାଧ୍ୟମ ଜଗତରେ ଜଣେ ଚିରପରିଚିତ ନାମ ଅରିନ୍ଦମ ଦାସ । ଚାଷୀ ଆନ୍ଦୋଳନରୁ ଆରମ୍ଭ କରି ହାତୀ ଉଦ୍ଧାର ଖବର ସଂଗ୍ରହ ଯାଏଁ ସବୁଠି ଶୁଣିବାକୁ ଓ ଦେଖିବାକୁ ମିଳୁଥିଲା ଅରିନ୍ଦମଙ୍କ ସାହାସିକତା ରିପୋର୍ଟିଂ । ମୃତ୍ୟୁକୁ ଆପଣାଇବାର କିଛି ସମୟ ପୂର୍ବରୁ ମଧ୍ୟ ସେ ନିଜ କର୍ତ୍ତବ୍ୟ କରି ନିଜ ଚ୍ୟାନେଲକୁ ଲାଇଭ୍ ଦେଇଥିଲେ । ହେଲେ ଏହା ତାଙ୍କ ଜୀବନର ଶେଷ ଲାଇଭ୍‌ ହେବ ସେ କେବେ ବୋଧ ହୁଏ କେବେ ସ୍ବପ୍ନରେ ଭାବି ନଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.