କଟକ: ମୁଦ୍ରା ଯୋଜନା କେବଳ ଗରିବ ଖଟିଖିଆଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଋଣ ନେବା ଦ୍ବାରା ସେମାନଙ୍କ କ୍ଷୁଦ୍ର ଶିଳ୍ପକୁ ସେମାନେ ସ୍ବଚାରୁରୂପରେ ବ୍ୟବସାୟ କରିଥାନ୍ତି । ତେବେ ଵର୍ତ୍ତମାନ ସୁଦ୍ଧା ଏହି ଯୋଜନା କେତେ ଲୋକାଭିମୁଖୀ ହୋଇଛି ତାହା ଜାଣିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଜାରି ରହିଛି । ଯଦି ଏହି ଯୋଜନାକୁ କୌଣସି ବି ବ୍ୟାଙ୍କ ଅଣଦେଖା କରୁଥାଏ ତେବେ ଉକ୍ତ ବ୍ୟାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
ଆଜି ୟୁକୋ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଗ୍ରାହକ ସଂଯୋଗୀ କରଣ ସମ୍ମିଳନୀରେ ଏପରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
ବ୍ୟାଙ୍କ ଓ ଗ୍ରାହକ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ନିତ୍ୟନ୍ତ ଆବଶ୍ୟକ । ଯାହା ଦ୍ବାରା ଅର୍ଥନୀତି ସୁଦୃଢ଼ ହେବ । ଆକାଉଣ୍ଟ ଖୋଲିବା ଠୁ ଆରମ୍ଭ କରି ଲୋନ ନେବା ପର୍ଯ୍ୟନ୍ତ ସବୁ ଥିରେ ଉଭୟ ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ରହିବା ଦରକାର । ଯାହା ଦେଶର ବିକାଶରେ ସହାୟକ ହେବ । ଯେପରି ପ୍ରଧାନମନ୍ତ୍ରୀଙ୍କ 'ସବକା ସାଥ ସବକା ବିକାଶ' ସମ୍ଭବ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ