କଟକ: ସମ୍ପାଦକୀୟ ଲେଖି ପୁଣି ଥରେ ନେଇ ବିବାଦ ଘେରକୁ ଆସୁଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ସୁବାଷ ଚନ୍ଦ୍ର ବୋଷଙ୍କ ବାବଦରେ ଖବର କାଗଜ ମାଧ୍ୟମରେ ନିଜର ମନ୍ତବ୍ୟ ଲେଖି ହରଡ ଘଣାରେ ତଥାଗତ ଶତପଥୀ । ତେବେ ଶତପଥୀଙ୍କ ଏହି ଲେଖାକୁ ନାପସନ୍ଦ କରିବା ସହ ତାଙ୍କୁ ଟାର୍ଗେଟ କରିଛନ୍ତି କଟକ ସାସଂଦ ଭର୍ତ୍ତୃହରି ମହତାବ । ସମ୍ପାଦକୀୟରେ ଯାହା ଉଲ୍ଲେଖ କରାଯାଇଛି ସମ୍ପୂର୍ଣ୍ଣ ଭୁଲ କଥା । ଅନେକ ସମୟରେ ନିଜର ଅଜ୍ଞତା କାହା ପାଇଁ କେତେ ଲୋକଙ୍କ ପାଇଁ ଆଶୀର୍ବାଦ ବି ହୋଇପାରେ ବୋଲି କଟାକ୍ଷ କରିଛନ୍ତି ସାଂସଦ ଭର୍ତ୍ତୃହରି । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜନ୍ମ ଗ୍ରହଣ କରିଥିଲେ । ମାଟ୍ରିକ ପାସ ମଧ୍ୟ କରିଥିଲେ ।
କଲିକତାର ଏକ କଲେଜରୁ ବହିଷ୍କାର ପରେ ଦେଢ ବର୍ଷ ମଧ୍ୟ କଟକରେ ବିତାଇଥିଲେ । ତାଙ୍କର ପଡୋଶୀଙ୍କ ସହ ସବୁବେଳେ ଓଡ଼ିଆରେ କଥା ହେଉଥିବା ବେଳେ ଯାଜପୁର ଗସ୍ତ ସମୟରେ ଓଡ଼ିଶା ଲୋକଙ୍କ ସହ ଓଡ଼ିଆ ଭାଷାରେ ହିଁ ଆଲୋଚନା କରୁଥିଲେ । ତେଣୁ ଏଭଳି ଲେଖିବା ଅଶୋଭନୀୟ କାର୍ଯ୍ୟ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ତେଣୁ ତଥାଗତ ଶତପଥୀ ସୁବାଷ ବୋଷଙ୍କୁ ନେଇ ଟାଣି ଆଣି ସମ୍ମାନ ଦିଆଯିବା ଲେଖା ଲେଖିବା ଠିକ ହେଲା ନାହିଁ ବୋଲି କହିଛନ୍ତି ସାସଂଦ ଭର୍ତ୍ତୃହରି ମହତାବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ