ETV Bharat / city

ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କଲେ ଅନୁଭବ - ଦୁର୍ବ୍ୟବହାର

ମହିଳା ସାମ୍ବାଦିକଙ୍କୁ ସାଂସଦ ଅନୁଭବଙ୍କ ଦୁର୍ବ୍ୟବହାର ଘଟଣା । ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଲେ ଅନୁଭବ । କୌଣସି ଦୁର୍ବ୍ୟବହାର କିମ୍ବା ଅସଦାଚଣ ମହିଳାଙ୍କ ପ୍ରତି ହୋଇନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 14, 2019, 9:37 PM IST

କଟକ: ନିଜ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ସେ କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । କୌଣସି ଦୁର୍ବ୍ୟବହାର କିମ୍ବା ଅସଦାଚଣ ମହିଳାଙ୍କ ପ୍ରତି ହୋଇନାହିଁ । ମୋ ଭାଇ ଅନୁପ୍ରାସ ମଧ୍ୟ ସେ ମହିଳା ସାମ୍ବାଦିକଙ୍କୁ ଜାଣି ନାହାଁନ୍ତି ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଆଇନ ଆଗରେ ସମସ୍ତେ ସମାନ ଓ ଯଦି କିଛି ଅଭିଯୋଗ ଥାଏ ତେବେ ପୋଲିସ ତାର କର୍ତ୍ତବ୍ୟ କରିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପ୍ରକାଶ ଯେ, ଜଣେ ମହିଳା ସାମ୍ବାଦିକଙ୍କୁ ଅନୁଭବଙ୍କ ଭାଇ ଅସଦାଚରଣ କରୁଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଜଣେ ମହିଳା ସାମ୍ବାଦିକ ଏକ ମୁଦ୍ରିତ ଗଣମାଧ୍ୟମରେ ଇଣ୍ଟରନସିପ କରିବା ପାଇଁ 2 ବର୍ଷ ଧରି ଅନୁଭବଙ୍କ ଘର ରାସ୍ତା ଦେଇ ଯାତାୟତ କରୁଥିଲେ । ପ୍ରତ୍ୟେକ ଦିନ ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ ଅସଦାଚରଣ କରୁଥିଲେ । ଏନେଇ ମହିଳା ଅନୁଭବଙ୍କ ଘରକୁ ଯାଇ ସିଧାସଳଖ କଥା ହେବାରୁ ସାଂସଦ ତାଙ୍କୁ ଗାଳି ଗୁଲଜ କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

gsdddddddddddddd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.