ETV Bharat / city

ଛିଣ୍ଡୁନି ବର୍ଷା-ଅନୁଭବ ବିବାଦ, ପୁରୀଘାଟ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ - ବର୍ଷା ଅନୁଭବ

ବର୍ଷା ଷଡଯନ୍ତ୍ର କରୁଥିବା ନେଇ ପୁରୀଘାଟ ଥାନାରେ ଅଭିଯୋଗ କଲେ ସାଂସଦ ଅନୁଭବ । ସେପଟେ ବର୍ଷା ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଛିଣ୍ଡୁନି ବର୍ଷା-ଅନୁଭବ ବିବାଦ, ପୁରୀଘାଟ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ

author img

By

Published : Jul 8, 2021, 10:44 PM IST

କଟକ: ଦିନକୁ ଦିନ ଘନେଇବାରେ ଲାଗିଛି ଅନୁଭବ ବର୍ଷା ଘରୋଇ ବିବାଦ ମାମଲା । ବର୍ଷାଙ୍କ ନାଁରେ ପୁରୀଘାଟ ଥାନାରେ ଅଭିଯୋଗ କଲେ ସାଂସଦ ଅନୁଭବ । ବର୍ଷା ଷଡଯନ୍ତ୍ର କରୁଥିବା ନେଇ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି ।

ସେହିପରି ପରିବାର ଓ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ମଧ୍ୟ ଅନୁଭବ ଅଭିଯୋଗ କରିଛନ୍ତି । ଅପରାଧିକ ଓ ରାଜନୈତିକ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି । ଅଜଣା ଦୁର୍ବୃତ୍ତ ବର୍ଷାଙ୍କୁ ସହଯୋଗ କରୁଥିବା ସାଂସଦ ଅନୁଭବ FIRରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବର୍ଷାଙ୍କ ନିର୍ଦ୍ଦେଶରେ ଆସୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଂସଦ । ଜୀବନ ବିପଦ ଥିବା ଆଶଙ୍କା କରି ସେ ଘରେ CCTV ଲଗେଇଛନ୍ତି । ଅଜଣା ଲୋକ ଘରେ ବୁଲୁଥିବା CCTVରେ କଏଦ ହୋଇଛି ।

ସୂଚନାଥାଉ କି, ବର୍ଷା ଏବେ ନିଜ ଶଶୁର ଘରେ ରହି ଆଇନଗତ ଲଢେଇ ଲଢୁଛନ୍ତି । ବର୍ଷାଙ୍କ ପକ୍ଷରୁ ମଧ୍ୟ ପୁରୀଘାଟ ଥାନାରେ ପାଲଟା ଅଭିଯୋଗ ହୋଇଛି । କେହି ଅଜଣା ବ୍ୟକ୍ତି ଘରେ ପଶୁଥିବା ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା । ତାଙ୍କ ଜୀବନ ବିପଦ ଥିବା ନେଇ ମଧ୍ୟ ବର୍ଷା ଅଭିଯୋଗ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.