କଟକ: ସିଲଭର ସିଟି କଟକରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି । କମିଶନରେଟ ପୋଲିସ କରିଛି ଏହି ଏନକାଉଣ୍ଟର ।
ସୂଚନା ଅନୁଯାୟୀ ଦୁର୍ଦ୍ଦାନ୍ତ ଅପରାଧୀ ରାକା ବାହାରେ ବୁଲୁଥିବା ନେଇ ଖବର ପାଇଥିଲା ପୋଲିସ । ରାକାର ପିଛାକରି ପୋଲିସ କଟକ ୪୨ ମୌଜା କନ୍ଦରପୁର ଥାନା ପରମହଂସନାଥ ମନ୍ଦିର ନିକଟସ୍ଥ ନଦୀ ବନ୍ଧରେ ଦେଖିଥିଲା । ପୋଲିସ ରାକାକୁ ଧରିବାକୁ ଚେଷ୍ଟା କରିବାରୁ ସେ ପୋଲିସ ଉପରକୁ ଗୁଳିଚାଳନା କରିଥିଲା । ପୋଲିସର ପାଲଟା ଗୁଳିଚାଳନାରେ ଆହତ ହୋଇଛି ରାକା ।
ଆହତ ଅବସ୍ଥାରେ ରାକାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଏଥିସହ ତା'ଠୁ ପୋଲିସ ଗୋଟିଏ ବନ୍ଧୁକ ଓ 3 ରାଉଣ୍ଡ ଗୁଳି ମଧ୍ୟ ଜବତ କରିଛି । ତେବେ ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ