ETV Bharat / city

ଫୋନ୍ କଲରେ କଳା ସାମ୍ରାଜ୍ୟ ବିସ୍ତାର, ଘର ସଜିଥିଲା ଅସ୍ତ୍ରାଗାର - କଟକର ଡି ବ୍ରଦର୍ସ

ପୁଣି ସକ୍ରିୟ ହେଉଥିଲା ଡି ବ୍ରଦର୍ସ ଗ୍ୟାଙ୍ଗ। ଜେଲରେ ରହି ବି ଗୋଟିଏ ପରେ ଗୋଟିଏ ଅପରାଧର ଷଡ଼ଯନ୍ତ୍ର ରଚୁଥିଲେ ଦୁଇ ଭାଇ ଶୁଶୀଲ ଓ ସୁଶାନ୍ତ ଧଳସାମନ୍ତ। ଅପରାଧ ସାମ୍ରାଜ୍ୟ ବିସ୍ତାର କରିବା ସ୍ବପ୍ନ ନେଇ କଟକ ସିଡିଏସ୍ଥିତ ବାସଭବନକୁ ଅସ୍ତ୍ରାଗାର ସଜାଇ ଦେଇଥିଲେ ଡି ବ୍ରଦର୍ସ। ଅଧିକ ପଢ଼ନ୍ତୁ...

most wanted d brothers controlling their crime from the jail in cuttack
ଜେଲ ଭିତରୁ କଳା ସାମ୍ରାଜ୍ୟର ନିୟନ୍ତ୍ରଣ, ଘରକୁ ଅସ୍ତ୍ରାଗାର ସଜାଇଥିଲେ ଡି ବ୍ରଦର୍ସ
author img

By

Published : Dec 31, 2020, 8:22 PM IST

କଟକ: ପୁଣି ସକ୍ରିୟ ହେଉଥିଲା ଡି ବ୍ରଦର୍ସ ଗ୍ୟାଙ୍ଗ। ପୋଲିସକୁ ଚକମା ଦେଇ ନିଜର ବାସଭବନରେ ଦାମୀ ବନ୍ଧୁକ, ବିପୁଳ ପରିମାଣର ଗୁଳି, ମାଗଜିନ, ଟଙ୍କା ରଖିଥିଲେ ଡି ବ୍ରଦର୍ସ। ଦୀର୍ଘ 4 ବର୍ଷ ଜେଲରେ ରହିବା ପରେ ମଧ୍ୟ ଡ ବ୍ରଦର୍ସ ବା ଧଳସାମନ୍ତଙ୍କ ଅପରାଧିକ ଛାଡି ନିଶା ଛଡ଼ିନଥିବା ମନେ ହେଉଛି। ଜେଲରେ ରହି ବି ଗୋଟିଏ ପରେ ଗୋଟିଏ ଅପରାଧର ଷଡ଼ଯନ୍ତ୍ର ରଚୁଥିଲେ ଦୁଇ ଭାଇ ଶୁଶୀଲ ଓ ସୁଶାନ୍ତ ଧଳସାମନ୍ତ।

ଜେଲ ଭିତରୁ କଳା ସାମ୍ରାଜ୍ୟର ନିୟନ୍ତ୍ରଣ, ଘରକୁ ଅସ୍ତ୍ରାଗାର ସଜାଇଥିଲେ ଡି ବ୍ରଦର୍ସ

ଜେଲର ଚାରି କାନ୍ଥ ଭିତରେ ରହି ସାରା ରାଜ୍ୟରେ ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାକୁ ସ୍ବପ୍ନ ଦେଖୁଥିଲେ ଡି ବ୍ରଦର୍ସ। ଗୋଟିଏ ଇସାରାରେ ହେଉଥିଲା ସମସ୍ତ ଅପରାଧିକ କାର୍ଯ୍ୟ। ଜେଲ ସେମାନଙ୍କ ପାଇଁ ଅପରାଧ ବ୍ଲୁ-ପ୍ରିଣ୍ଟ ତିଆରି କରିବା ସ୍ଥାନ ଥିଲା। ଯୁବକ ମାନଙ୍କୁ ନିଜର ଅପରାଧିକ ସାମ୍ରାଜ୍ୟ ରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିଲେ ଦୁଇ ଭାଇ। କେବଳ ଗୋଟିଏ ଫୋନ କଲରେ ଡି ବ୍ରଦର୍ସଙ୍କ ସମସ୍ତ କାମ କରି ଦେଉଥିଲେ ସହଯୋଗୀ। ଟଙ୍କାର ବି କୌଣସି ସମସ୍ୟା ନଥିଲା। ଠିକାଦାରୀ କାମ ହେଉ କିମ୍ବା ବାଲିଘାଟ ନିଲାମ ହେଉ ସବୁଥିରେ ଡି ବ୍ରଦର୍ସଙ୍କ ହାତ ରହିଥିଲା।

ବିପୁଳ ପରିମାଣର ଦାଦାବଟି ବି ଆଦାୟ ହେଉଥିଲା। ଅପରାଧ ସାମ୍ରାଜ୍ୟ ବିସ୍ତାର କରିବା ସ୍ବପ୍ନ ନେଇ କଟକ ସିଡିଏସ୍ଥିତ ବାସଭବନକୁ ଅସ୍ତ୍ରାଗାର ସଜାଇ ଦେଇଥିଲେ ଡି ବ୍ରଦର୍ସ। ପୋଲିସର ସନ୍ଦେହ ଘେରକୁ ନଆସିବା ପାଇଁ ବାସଭବନରେ ହିଁ ଅପରାଧ ସହ ଜଡ଼ିତ ସମସ୍ତ ଜିନିଷ ରଖାଯାଉଥିଲା। କେବଳ କଟକ ସହର ନୁହେଁ ରାଜ୍ୟର ଅନେକ ସ୍ଥାନରେ ନିଜର କାୟାବିସ୍ତାର କରିବାକୁ ଯୋଜନା କରୁଥିଲେ ଦୁଇ ଭାଇ।

ବିଦେଶରୁ ଦାମି ବନ୍ଧୁକ, ଗୁଳି, ଆଣି ନିଜର ଘରେ ଥିବା ସିକ୍ରେଟ ଚାମ୍ବରରେ ଲୁଚାଇ ରଖିଥିଲେ। କାହାକୁ କେତେଟା ବନ୍ଧୁକ ଓ ଗୁଳି ଦିଆଯିବ ଏବଂ କେଉଁଠି ଅପରାଧ କରାଯିବ ତାହା ଡି ବ୍ରଦର୍ସଙ୍କ ଇସାରାରେ ହିଁ କରାଯାଉଥିଲା। ତେବେ ଜେଲରୁ କିଭଳି ଏହି କଳା ସାମ୍ରାଜ୍ୟ ଜାରି ରହିଥିଲା ସନେଇ ପ୍ରଶ୍ନ ଉଠିଛି। ଜେଲ କର୍ତ୍ତୃପକ୍ଷ ଡି ବ୍ରଦର୍ସଙ୍କୁ ସହାୟତା ଯୋଗାଇ ଦେଉଥିବା ସନ୍ଦେହ କରାଯାଉଛି।

ଟିଟୋ ଗ୍ୟାଙ୍ଗର ସାହାଯ୍ୟ ନେଇ ଡି ବ୍ରଦର୍ସ ଅପରାଧ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ତେବେ ଅପରାଧ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.