ETV Bharat / city

ଲକଡାଉନରେ ଅମାନିଆଙ୍କ ଉତ୍ପାତ, ମୋଟ 6201ଟି ମାମଲା ରୁଜୁ

author img

By

Published : May 14, 2020, 11:22 PM IST

ଲକଡାଉନ ସମୟରେ ଲୋକେ ଘରେ କିପରି ସୁରକ୍ଷିତ ରହିବେ ତାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ଘୂରି ବୁଲୁଛନ୍ତି ଅନେକ ଅମାନିଆ । ଏମିତିରେ ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏଯାବତ୍‌ ରୁଜୁ ହୋଇଛି ମୋଟ 6201ଟି ମାମଲା ।

cuttack latest news, breaking rules amid lockdown, breaking lockdown rules in odisha, breaking of lockdown rules, କଟକ ଲାଟେଷ୍ଟ ନ୍ୟୁଜ୍‌, ଲକଡାଉନରେ ଅପରାଧିକ ମାମଲା, ଓଡିଶାରେ ଲକଡାଉନ ନିୟମ ଉଲଙ୍ଘନ, ଲକଡାଉନ ନିୟମ ଉଲଙ୍ଘନ, ଲକଡାଉନ ପ୍ରଭାବ
ଲକଡାଉନରେ ଅମାନିଆଙ୍କ ଉତ୍ପାତ, ମୋଟ 6201ଟି ମାମଲା ରୁଜୁ

କଟକ: ଲକଡାଉନ ସମୟରେ ଲୋକେ ଘରେ କିପରି ସୁରକ୍ଷିତ ରହିବେ ତାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ଘୂରି ବୁଲୁଛନ୍ତି ଅନେକ ଅମାନିଆ । ଏମିତିରେ ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏଯାବତ୍‌ ରୁଜୁ ହୋଇଛି ମୋଟ 6201ଟି ମାମଲା । ଗତ ମାର୍ଚ୍ଚ 24 ତାରିଖଠାରୁ ଏପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କେବଳ ବୁଧବାର ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ 13ଟି ମାମଲା ରୁଜୁ କରାଯାଇଛି । ଏହି 13ଟି ମାମଲା ମଧ୍ୟରୁ 10ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଥିଲା । ସେପଟେ ଗୋଟିଏ ମାମଲା ହୋମ କ୍ବାରେଣ୍ଟାଇନ ନିୟମ ଉଲଙ୍ଘନ କରାଯାଇଥିବା ଅଭିଯୋଗରେ ରୁଜୁ ହୋଇଥିବା ଜଣା ପଡିଛି । ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.