ETV Bharat / city

କଟକ: ଭୋରରୁ ଘରେ ପଶିଲା ପାଣି, ବନ୍ୟାଜଳ ଘେରରେ ମଝିସାହି - କଟକ ମଝିସାହିରେ ଭୋରରୁ ପଶିଲା ପାଣି

କଟକ କାଠଯୋଡ଼ି ବିହାରର ମଝିସାହିରେ ଭୋରରୁ ପଶିଲା ବନ୍ୟପାଣି । ବନ୍ୟପାଣି ଘେରରେ ୧୦୦ରୁ ଊର୍ଦ୍ଧ୍ବ ଘର ରହିଥିବା ଦେଖିବାକୁ ମିଳିଛି । ତେବେ ବସ୍ତି ବାସିନ୍ଦାଙ୍କୁ ସ୍କୁଲ ଘରେ ରଖା ଯାଇଛି । ଅଧିକ ପଢନ୍ତୁ

କଟକ: ଭୋରରୁ ଘରେ ପଶିଲା ପାଣି, ବନ୍ୟାଜଳ ଘେରରେ ମଝିସାହି

author img

By

Published : Aug 16, 2022, 5:01 PM IST

କଟକ: ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇଥିବାରୁ କଟକ ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କାଠଯୋଡ଼ି ବିହାରର ମଝି ସାହିରେ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଘର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ନଦୀକୂଳରେ ସରକାରଙ୍କ ଜାଗାରେ ରହୁଥିବା ବସ୍ତିବାସିନ୍ଦା ପ୍ରଶାସନର ସହାୟତା ଲୋଡ଼ିଛନ୍ତି ।

କଟକ: ଭୋରରୁ ଘରେ ପଶିଲା ପାଣି, ବନ୍ୟାଜଳ ଘେରରେ ମଝିସାହି

ଏ ନେଇ ବସ୍ତିବାସିନ୍ଦା ଲିଟୁ ଜେନା କହିଛନ୍ତି, " ଆଜି ଭୋର ସମୟରୁ ବସ୍ତିରେ ପାଣି ପଶି ଯାଇଥିଲା । ହଠାତ କିଛି ଭାବିବା ପୂର୍ବରୁ ପାଣି ବୃଦ୍ଧି ପାଇବାରେ ଲାଗିଥିଲା । ଚାହୁଁ ଚାହୁଁ ବନ୍ୟାରେ ଘର ଭାସି ଯାଇଥିଲା । ଘରେ ଥିବା ସମସ୍ତ ଆସବାବପତ୍ର ବି ବନ୍ୟା ଜଳରେ ଭାସି ଯାଇଥିଲା । ଆମେ ପାଲରେ ଘର କରି ଦୀର୍ଘ ବର୍ଷ ଧରି ରହୁଥିଲୁ । ମାତ୍ର ବନ୍ୟା, ଆମ ଘରକୁ ନଷ୍ଟ କରିଦେଇଛି । ଆମେ ତ ସରକାରଙ୍କ ଜାଗାରେ ଘର କରି ରହିଥିଲୁ । ଯାହା ସରକାର କରିବେ ।"

ଗତକାଲି ଠାରୁ ପୋଲିସ ସତର୍କ କରାଇଥିଲା । ବସ୍ତି ଛାଡି ଅନ୍ୟତ୍ର ରହିବାକୁ ବି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମାତ୍ର ଘରେ ଜିନିଷପତ୍ର ଥିବାରୁ ଘର ଆଗରେ ଅନେକ ବାସିନ୍ଦା ଜଗି ରହିଛନ୍ତି । ସରକାରଙ୍କ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ନିକଟରେ ଥିବା ସ୍ଥାନୀୟ ସ୍କୁଲରେ ରହିବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ ପାଣି ଘେରରେ ଟ୍ୟୁବୱେଲ ରହିଥିବାରୁ ସେଥିରୁ ଗୋଳିଆ ପାଣି ବାହାରୁଛି । ଫଳରେ ପିଇବା ପାଣିର ସମସ୍ୟା ଦେଖାଯାଇଛି ବୋଲି ବସ୍ତିର ଅନ୍ୟ ଏକ ବାସିନ୍ଦା କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.