କଟକ: ମହାନଗର ନିଗମରେ ବେକାବୁ କୋରୋନା । ମଙ୍ଗଳବାର ଚିହ୍ନଟ ହୋଇଛନ୍ତି ୩୧୨ କୋରୋନା ସଂକ୍ରମିତ । ଆକ୍ରାନ୍ତ ମଧ୍ୟରୁ ୧୧୧ ଜଣ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ୫୯ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ୧୪୨ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା କଟକ ମହାନଗର ନିଗମ ଅଞ୍ଚଳରୁ ୧୦ ହଜାର ୨୩୩ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ୭୬୯୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି କୋରୋନାରେ ମହାନଗର ନିଗମରୁ ୪୦ ଜଣଙ୍କ ଜୀବନ ନେଇଛି କୋରୋନା । ଅନ୍ୟପଟେ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ