କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତା ହେଉଛନ୍ତି ଟାର୍ଗେଟ । ଏମିତିକି କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମଧ୍ୟ ହେଉଛନ୍ତି ଆକ୍ରମଣର ଶିକାର । ଏହି ତାଲିକାରେ ଏବେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।
ସେପଟେ କିଛିଦିନ ତଳେ କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବୋମା ମାଡ ପ୍ରସଙ୍ଗକୁ ନେଇ ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ସାକ୍ଷାତ କରିଛନ୍ତି ବିଜେପି ଟିମ । ଟିମରେ ନିଜେ ବିଧାୟକ ମୋହନ ମାଝୀ ଥିବା ବେଳେ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ଦଳୀୟ ନେତା ଥିଲେ ।
ଦଳ ଅଭିଯୋଗ କରିଛି ମୋହନ ମାଝୀଙ୍କ ଗାଡି ଉପରକୁ ଆକ୍ରମଣରେ ଅନେକ ଦିନ ବିତିଥିଲେ ସୁଦ୍ଧା ପୋଲିସର ଅପାରଗତା ପାଇଁ ଅପରାଧୀ ବାହାରେ ବୁଲୁଛନ୍ତି । ଯାହାର ଆଜି ପୋଲିସ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି ଟିମ । ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ