କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତିନୋଟି ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ । ଗଣମାଧ୍ୟମରେ ବିବୃତ୍ତି ନ ଦେବା ଓ 2 ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ମିଳିଲା ଜାମିନ ।
ତେବେ ହାଇକୋର୍ଟ 3ଟି ମାମଲାରେ ଜାମିନ ଦେବା ପରେ ମଧ୍ୟ ଜେଲରେ ରହିବେ ପ୍ରଦୀପ ପାଣିଗ୍ରାହୀ । 2 ଟି ମାମଲା ବିଚାରଧୀନ ଥିବାରୁ ତାଙ୍କୁ ଜେଲରେ ରହିବାକୁ ପଡିବ । ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ ମାମଲାରେ ଜାମିନ ପାଇସାରିଥିଲେ ପ୍ରଦୀପ ।
ପ୍ରକାଶଥାଉକି, ଟାଟାରେ ଚାକିରୀ କରାଇଦେବା ଆଳରେ ଲୋକଙ୍କଠାରୁ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିଲେ ପ୍ରଦୀପ । ତାଙ୍କ ବିରୋଧରେ ମୋଟ୍ 6ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ଏପର୍ଯ୍ୟନ୍ତ 4ଟିରେ ଜାମିନ ଦିଆଯାଇଛି । ଆଉ 2ଟି ମାମଲା ଏବେ ବି ବିଚାରଧୀନ ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ