ETV Bharat / city

ଚଣ୍ଡି ମନ୍ଦିରରେ ଦୀପ ଜାଳିଲେ ମହମ୍ମଦ ମୋକିମ - mohammad mokim lit diya

ମା' ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ବରୁ ପରଦା ଉଠାଇବା ପ୍ରସଙ୍ଗ । ସାମାଜିକ ସଙ୍ଗଠନ ସହ ଚଣ୍ଡି ମନ୍ଦିରରେ ଦୀପ ଜାଳି ଅଭିନବ ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ...

ଚଣ୍ଡୀ ମନ୍ଦିରରେ ଦୀପ ଜାଳିଲେ ମହମ୍ମଦ ମୋକିମ
ଚଣ୍ଡୀ ମନ୍ଦିରରେ ଦୀପ ଜାଳିଲେ ମହମ୍ମଦ ମୋକିମ
author img

By

Published : Sep 8, 2021, 9:25 AM IST

Updated : Sep 9, 2021, 3:07 AM IST

କଟକ: ଚଣ୍ଡି ମନ୍ଦିର ଆଗରେ ଦୀପ ଜାଳିଲେ ବାରବାଟୀ ବିଧାୟକ । ମା' ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ବରୁ ପରଦା ଉଠାଇବା ଦାବିରେ ବିଧାୟକ ମହମ୍ମଦ ମୋକିମ ଆଜି(ମଙ୍ଗଳବାର) ସାମାଜିକ ସଙ୍ଗଠନ ସହ ମିଶି କଟକ ଚଣ୍ଡିଙ୍କ ନିକଟରେ ଦୀପ ଜାଳି ଆନ୍ଦୋଳନକୁ ତୀବ୍ରତର କରିଛନ୍ତି ।

ଚଣ୍ଡୀ ମନ୍ଦିରରେ ଦୀପ ଜାଳିଲେ ମହମ୍ମଦ ମୋକିମ

ସୂଚନାଥାଉ କି, ଆଜି ବିଧାନସଭାରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ଗଭୀର ଉଦବେଗ୍ ପ୍ରକାଶ ପାଇଥିଲା । ମହାମାରୀ ନାଁରେ ସରକାର ଧର୍ମୀୟ ଭାବନାକୁ କୁଠାରଘାତ କରିଛନ୍ତି । କୋଭିଡ ସହିତ ମୂର୍ତ୍ତିର ଉଚ୍ଚତା କମ୍ କରିବା ମଧ୍ୟରେ ସମ୍ପର୍କ କଣ ? ଏଥିସହ ପୂଜା ମଣ୍ଡପରେ ପରଦା ଢାଙ୍କିବାକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପ୍ରଶ୍ନ କରିଥିଲେ । ଯଦି ଅନ୍ୟ କାର୍ଯ୍ୟକ୍ରମ ପାଇଁ ଏକ ହଜାର ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଛି ତେବେ ପୂଜାରେ ମାତ୍ର ୭ ଜଣଙ୍କୁ କାହିଁକି ? ମହାମାରୀ ପ୍ରକୋପ କମିଥିବାରୁ ଏବେ କଟକଣା ମଧ୍ୟ କୋହଳ ହୋଇଛି । ତାହାକୁ ପାର୍ବଣ ପାଇଁ ମଧ୍ୟ କାର୍ଯ୍ୟକାରୀ କରାଯାଉ ବୋଲି ସେ ଦାବି କରିଥିଲେ ।

ଯାହାକୁ ନେଇ ସେ କଟକ ଚଣ୍ଡିଙ୍କ ନିକଟରେ ଦୀପ ଜାଳି ଅଭିନବ ପ୍ରତିବାଦ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 9, 2021, 3:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.