ETV Bharat / city

ଓଟିଇଟି ପରୀକ୍ଷା ତ୍ରୁଟି: ପରୀକ୍ଷାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେଲା ବୋର୍ଡ - ଓଟିଇଟି ପରୀକ୍ଷା

ଓଟିଇଟି ପରୀକ୍ଷା ପରିଚାଳନା ଓ ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି  । ତ୍ରୁଟିକୁ ଚ୍ୟାଲେଞ୍ଜ କରିବାପାଇଁ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଆହ୍ବାନ କରାଯାଇଛି । ଆସନ୍ତା ୧୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରିବାକୁ ବୋର୍ଡ ପକ୍ଷରୁ ଆହ୍ବାନ କରାଯାଇଛି  । ଏଭଳି ନିୟମକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ । ଏନେଇ ଆଜି କିଛି ପରୀକ୍ଷାର୍ଥୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

ଓଟିଇଟି ପରୀକ୍ଷା ପରିଚାଳନାରେ ବୋର୍ଡ ବିଫଳ
author img

By

Published : Oct 11, 2019, 5:36 PM IST

କଟକ: ପରୀକ୍ଷା ପରିଚାଳନା କରିବାରେ ପୁଣି ବିଫଳ ମାଧ୍ୟମିକ ଶିକ୍ଷା ପରିଷଦ । ଓଟିଇଟି ପରୀକ୍ଷା ପରିଚାଳନା ଓ ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଅଧିକାଂଶ ପ୍ରଶ୍ନପତ୍ର ବିଭିନ୍ନ ଭାଷା ଯଥା ତେଲୁଗୁ, ବଙ୍ଗାଳୀ ଭାଷାରେ ଆସିଥିବାରୁ ପ୍ରଶ୍ନପତ୍ର ବୁଝି ପାରିନଥିଲେ ପରୀକ୍ଷାର୍ଥୀ । ଫଳରେ ଉତ୍ତର ଲେଖିବାରେ ସମସ୍ୟା ଉପୁଜିଥିଲା । ଏଭଳି ଗୁରୁତର ତ୍ରୁଟିକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଓଟିଇଟି ପରୀକ୍ଷା ପରିଚାଳନାରେ ବୋର୍ଡ ବିଫଳ

ତେବେ କେବଳ ପ୍ରଶ୍ନପତ୍ର ନୁହଁ ଉତ୍ତରରେ ମଧ୍ୟ ତ୍ରୁଟି ରହିଛି । ଏବେ ସଠିକ ମୂଲ୍ୟାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତ୍ରୁଟିକୁ ଚ୍ୟାଲେଞ୍ଜ କରିବାପାଇଁ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଆହ୍ବାନ କରାଯାଇଛି । ଆସନ୍ତା ୧୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରିବାକୁ ବୋର୍ଡ ପକ୍ଷରୁ ଆହ୍ବାନ କରାଯାଇଛି । ପ୍ରତିଟି ତ୍ରୁଟିକୁ ଚ୍ୟାଲେଞ୍ଜ କରିବାକୁ ପରୀକ୍ଷାର୍ଥୀଙ୍କୁ 500ଟଙ୍କା ଦେବାକୁ ପଡିବ । ଅନ୍ୟପଟେ ଏଭଳି ନିୟମକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ । ଏନେଇ ଆଜି କିଛି ପରୀକ୍ଷାର୍ଥୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ଓଟିଇଟି ପରୀକ୍ଷା ଚାଲିଥିବା ସମୟରେ ପ୍ରଶ୍ନପତ୍ର ଭାଇରାଲ ହେବାରୁ ପରୀକ୍ଷା ବାତିଲ କରାଯାଇଥିଲା । ତେବେ ଚଳିତ ବର୍ଷ ଏହି ପରୀକ୍ଷାକୁ ଅନଲାଇନରେ କରାଯାଇଥିଲେ ବି ବହୁ ତ୍ରୁଟି ଦେଖିବାକୁ ମିଳିଛି । ତେବେ ଏସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପରୀକ୍ଷା ପରିଚାଳନା କରିବାରେ ପୁଣି ବିଫଳ ମାଧ୍ୟମିକ ଶିକ୍ଷା ପରିଷଦ। ଓଟିଇଟି ପରୀକ୍ଷା ପରିଚାଳନାରେ ତୃଟି ରହିଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ।ପ୍ରଶ୍ନ ପତ୍ରରେ ଅନେକ ତ୍ରୁଟି ଥିବା ପରୀକ୍ଷାର୍ଥୀ ମାନେ ଅଭିଯୋଗ କରିଛନ୍ତି।ଅନେକ ପ୍ରଶ୍ନ ପତ୍ର ବିଭିନ୍ନ ଭାଷା ରେ ଆସିଥିବାରୁ ପ୍ରଶ୍ନପତ୍ର ବୁଝି ପାରିନଥିଲେ ପରୀକ୍ଷାର୍ଥୀ।ଜାହାଫଳରେ ଉତ୍ତର ଲେଖିବାରେ ସମସ୍ୟା ଉପୁଜିଥିଲା।ପ୍ରଶ୍ନପତ୍ର ସହ ଉତ୍ତରରେ ମଧ୍ୟ ତ୍ରୁଟି ରହିଛି।ଏଭଳି ଗୁରୁତ୍ୱର ତ୍ରୁଟି କୁ ନେଇ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।ସଠିକ ମୂଲ୍ୟାୟନ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତ୍ରୁଟି କୁ ଚ୍ୟାଲେଞ୍ଜ କରିବାପାଇଁ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଆହ୍ୱାନ କରାଯାଇଛି।ଆସନ୍ତା ୧୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରିବାକୁ ବୋର୍ଡ ପକ୍ଷରୁ ଆହ୍ୱାନ କରାଯାଇଛି।ତେବେ ପ୍ରତି ଟି ତ୍ରୁଟି କୁ ଚ୍ୟାଲେଞ୍ଜ କରିବାକୁ ପରୀକ୍ଷାର୍ଥୀଙ୍କୁ ପାଞ୍ଚ ଶହ ଟଙ୍କା ଦେବାକୁ ପଡିବ।ଅନ୍ୟପଟେ ଏଭଳି ନିୟମକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ।ଏନେଇ ଆଜି କିଛି ପରୀକ୍ଷାର୍ଥୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ ଗତ ବର୍ଷ ମଧ୍ୟ ଓଟିଇଟି ପରୀକ୍ଷା ଚାଲିଥିବା ସମୟରେ ପ୍ରଶ୍ନପତ୍ର ଭାଇରାଲ ହେବାରୁ ପରୀକ୍ଷା ବାତିଲ କରାଯାଇଥିଲା।ତେବେ ଚଳିତ ବର୍ଷ ଏହି ପରୀକ୍ଷାକୁ ଅନଲାଇନ ରେ କରାଯାଇଥିଲେ ବି ବହୁ ତ୍ରୁଟି ଦେଖିବାକୁ ମିଳିଛି।ତେବେ ଏସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଛନ୍ତି।

Body: visual and deffered ...

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.