ETV Bharat / city

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ - ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ

ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଅଭିଯୁକ୍ତ ଖୋକନ ମାଇତିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଆଜୀବନ  ସଶ୍ରମ କାରାଦଣ୍ଡାଦେଶ

author img

By

Published : May 31, 2022, 5:49 PM IST

କଟକ: ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଅଭିଯୁକ୍ତ ଖୋକନ ମାଇତିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ

ଏଥି ସହ ପୀଡିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୧ ଜଣ ସାକ୍ଷ୍ୟ ପ୍ରମାଣ ଓ ୧୮ ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଖୋକନ ପୂର୍ବ ମେଦିନୀପୁରର ହୋଇଥିବାବେଳେ ସେ ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲା ।

ତେବେ ସେହି ଘର ଉପରେ ରହୁଥିବା ପୀଡିତା ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ପରେ ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭବତୀ କରିଥିଲା। କାହାକୁ ନକହିବା ପାଇଁ ଧମକ ଦେଇଥିଲା। କେବଳ ଏତିକି ନୁହେଁ ଗର୍ଭନଷ୍ଟ କରିବା ପାଇଁ ପୀଡିତାକୁ କଲିକତା ମଧ୍ୟ ନେଇକି ଯାଇଥିଲା ଅଭିଯୁକ୍ତ। ତେବେ ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରି କଲିକତା ଯାଇ ଅଭିଯୁକ୍ତକୁ ଗିରଫ କରିଥିଲା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.