ETV Bharat / city

ବ୍ୟାଙ୍କରୁ ଡକାୟତି ଉଦ୍ୟମ, ପୋଲିସର ତନାଘନା ଜାରି

author img

By

Published : Oct 11, 2022, 1:42 PM IST

କଟକ ଚୌଦ୍ବାର ବାଣୀପଦାଠାରେ ଥିବା ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ଉଦ୍ୟମ ହୋଇଛି । ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ବ୍ୟାଙ୍କରୁ ଡକାୟତି ଉଦ୍ୟମ, ପୋଲିସର ତନାଘନା ଜାରି
ବ୍ୟାଙ୍କରୁ ଡକାୟତି ଉଦ୍ୟମ, ପୋଲିସର ତନାଘନା ଜାରି

କଟକ: ମାତିଛନ୍ତି ଲୁଟେରା । କଟକ ଚୌଦ୍ବାର ବାଣୀପଦାଠାରେ ଥିବା ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ଉଦ୍ୟମ ହୋଇଛି । ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍ଗ ଭିତରେ ପଶିଥିଲେ । ବ୍ୟାଙ୍କରେ ଲାଗିଥିବା ଇନଭଟର ସହ ସିସିଟିଭ ହାର୍ଡଡିସ୍କକୁ ଚୋରି କରି ନେଇଥିବା ଜଣାପଡ଼ିଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ କିମ୍ବା ଷ୍ଟ୍ରଙ୍ଗ ଭିତରେ ଥିବା ଲକର ସୁରକ୍ଷିତ ଥିବା ଜଣାପଡ଼ିଛି । ଖବରପାଇ ଚୌଦ୍ବାର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଅନୁସନ୍ଧାନ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସନ୍ଦେହ କରୁଛି ପୋଲିସ । ବଡ ଧରଣର ଡକାୟତି ହୋଇ ନଥିଲେ ବି ପୋଲିସ ଏହାକୁ ଖାମ ଖିଆଲିରେ ନେଇ ନାହିଁ । କେଉଁ ପରିସ୍ଥିତିରେ ବ୍ୟାଙ୍କ ଭିତରେ ଲୁଟେରା ପଶିଲେ ଡକାୟତି ଯୋଜନାକୁ କିପରି ସଫଳ କରିବାକୁ ଚେଷ୍ଟା କରୁଥିଲେ ତାର କାରଣ ଖୋଜୁଛି ପୋଲିସ । ବ୍ୟାଙ୍କରେ ଲାଗିଥିବା କ୍ୟାମେରାରୁ ପୋଲିସ ହାତରେ କିଛି ତଥ୍ୟ ଲାଗିପାରେ ।

ଏହା ବି ପଢନ୍ତୁ...ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା, ସିବିଆଇ ତଦନ୍ତ ଦାବି କଲା BJP

ବିଶେଷ କରି ପାର୍ବଣ ସମୟରେ ଲୁଟେରାଙ୍କ ଉତ୍ପାତ ବଢିଥାଏ । ଗତ ଅକ୍ଟୋବର 7 ତାରିଖରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ୬ ଜଣ ଦୁର୍ବୃତ୍ତ । ଏହା ସହ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡକୁ ଲାଗି ରହିଥିବା ଟେଲକୋ କଲୋନି ପୋଲିସ କ୍ବାର୍ଟରରେ କଳାକନା ବୁଲାଇବାକୁ ପଛାଇ ନଥିଲେ ଦୁର୍ବୃତ୍ତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.