କଟକ: ମହାମାରୀ କୋରୋନା ପାଇଁ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି । ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକଡାଉନ ସମସ୍ତଙ୍କ ପେଟପାଟଣାରେ ପକାଇ ଦେଇଛି ତାଲା । ତେବେ ମହାମାରୀ କୋରୋନାରୁ ବାଦ ପଡିନାହାନ୍ତି ପାଚିକା କର୍ମୀ । ଜୀବନ ଜୀବିକାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୬ ଦଫା ଦାବି ପତ୍ର ପ୍ରଦାନ କରିଛି ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ।
ପାଚିକାମାନଙ୍କୁ ୨୮ ମାସର ବର୍ଦ୍ଧିତ ବକେୟା, ପାରିଶ୍ରମିକ ପ୍ରଦାନ କରିବା, ଲକଡାଉନ ସମୟରେ ପାରିଶ୍ରମିକ ପ୍ରଦାନ ସହିତ କରୋନା ପାଇଁ ୫ ହଜାର ଟଙ୍କା ପ୍ରଦାନ କରିବା, ଦୈନିକ କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟା ବୃଦ୍ଧି ଓ ଶ୍ରମ ଆଇନ ସଂଶୋଧନ ବାତିଲ କରିବା ଆଦି ଦାବିକରି କଟକ ଶିକ୍ଷା ଜିଲ୍ଲା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ପାଚିକା ସଙ୍ଘ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ