ETV Bharat / city

କଟକରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ, କ୍ୟାବିନେଟରେ ବାଜିଲା ମୋହର

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟରେ ବାଜିଲା ମୋହର । କଟକରେ ହେବ 275 କୋଟି ୩୨ ଲକ୍ଷ ୮୩ ହଜାର ୯୬୦ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ। ଅଧିକ ପଢନ୍ତୁ...

author img

By

Published : Jul 18, 2021, 10:01 AM IST

Updated : Jul 18, 2021, 10:46 AM IST

କଟକରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ,  କ୍ୟାବିନେଟରେ ବାଜିଲା ମୋହର
କଟକରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ, କ୍ୟାବିନେଟରେ ବାଜିଲା ମୋହର

କଟକ: କଟକବାସୀ, ଆଠଗଡ଼ ଏବଂ ବାଙ୍କୀ ବାସୀଙ୍କ ପାଇଁ ଖୁସି ଖବର । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟରେ ବାଜିଲା ମୋହର । 275 କୋଟି ୩୨ ଲକ୍ଷ ୮୩ ହଜାର ୯୬୦ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ମେଗା ପାନୀୟ ଜଳ ପ୍ରକଳ୍ପ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସହ ଏହି ପ୍ରକଳ୍ପ ଉପରେ ମୋହର ଲଗାଇଥିଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।

ବାଙ୍କୀ ଆଠଗଡ଼ ଓ କଖଡୀରେ ଥିବା ପ୍ରାୟ 262ରୁ ଉର୍ଦ୍ଧ୍ବ ଗ୍ରାମରେ ରହୁଥିବା 4ଲକ୍ଷ 20 ହଜାର ଲୋକ ଏହି ପ୍ରକଳ୍ପରେ ଉପକୃତ ହେବେ । ଆଗାମୀ ତିନି ବର୍ଷ ଭିତରେ ସମସ୍ତଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚବା ପାଇଁ ଲକ୍ଷ ରଖା ଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହି ପ୍ରକଳ୍ପ ହେଳେ ୨୦୫୩ ମସିହା ପର୍ଯ୍ୟନ୍ତ ପାନୀୟ ଜଳର ସମସ୍ୟା ଦେଖାଯିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ , ଇଟିଭି ଭାରତ

Last Updated : Jul 18, 2021, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.