ETV Bharat / city

ବାଲିପାଟଣା ତଳିଆ ଅଞ୍ଚଳରେ ରୋଗାକ୍ରାନ୍ତ ଲୋକେ, ପହଞ୍ଚିଲା ଡାକ୍ତରୀ ଟିମ - ନିଆଳିରେ ପହଞ୍ଚିଲା ଡାକ୍ତରୀ ଟିମ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ, ବାଲିଅନ୍ତା ଓ କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ବ୍ଲକରେ ବନ୍ୟା ଯୋଗୁଁ କିଛି ଲୋକ ରୋଗାକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ନିକଟରେ ଡାକ୍ତରୀ ଟିମ ପହଞ୍ଚିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ । ଅଧିକ ପଢନ୍ତୁ

ନିଆଳି ତଳିଆ ଅଞ୍ଚଳରେ ରୋଗାକ୍ରାନ୍ତ ଲୋକେ, ପହଞ୍ଚିଲା ଡାକ୍ତରୀ ଟିମ

author img

By

Published : Aug 19, 2022, 1:22 PM IST

Updated : Aug 19, 2022, 2:40 PM IST

ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବାଲିଅନ୍ତା ଓ କଟକ ଜିଲ୍ଲା ନିଆଳି ଓ କଣ୍ଟାପଡ଼ା ବ୍ଲକର ତଳିଆ ଅଞ୍ଚଳରେ କଲବଲ ଲୋକେ । ବନ୍ୟା ପାଣି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକ ରୋଗାକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଦରଡ଼ା ଓ ବାଲିଅନ୍ତା ବନ୍ୟାଞ୍ଚଳରେ ଡାକ୍ତରୀ ଟିମ ପହଞ୍ଚିଥିବା (Medical team reached In Khordha Balipatana) ଜଣାପଡିଛି ।

ନିଆଳି ତଳିଆ ଅଞ୍ଚଳରେ ରୋଗାକ୍ରାନ୍ତ ଲୋକେ, ପହଞ୍ଚିଲା ଡାକ୍ତରୀ ଟିମ

ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୧୦ଟି ପଞ୍ଚାୟତରେ ଧନୁଆ ନଦୀ ବନ୍ୟା ପାଣି ମାଡିଯାଇଛି । ପାଖାପାଖି ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ଜଳସ୍ତର ହ୍ରାସ ପାଉଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମୁନି । ବନ୍ୟାଞ୍ଚଳରେ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ରହିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ସଜାଗ ଥିବା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ କହିଛନ୍ତି ।

ଡାକ୍ତର ନାୟକଙ୍କ କହିବାନୁସାରେ, "ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଦରଡ଼ା ଓ ବାଲିଅନ୍ତା ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରାଯାଇଛି । କୁରଞ୍ଜିପୁର ଓ ଦରଡା ବନ୍ୟାଞ୍ଚଳରେ ୨ଟି ଟିମ କାମ କରୁଛନ୍ତି । ହାଲୋଜିନ ବଟିକା, ଜ୍ବର, ଥଣ୍ଡା, ଝାଡା ଆଦି ପାଇଁ ଔଷଧ ବଣ୍ଟାଯାଉଛି । ମେଡିକାଲ କର୍ମଚାରୀ, ଅଙ୍ଗନବାଡି, ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।"

ସୂଚନା ଥାଉ କି, ବନ୍ୟାପାଣି ବିଭିନ୍ନ ନଦୀରୁ ହ୍ରାସ ପାଉଥିବାବେଳେ, ପୁଣି ଆଉ ଏକ ଲଘୁଚାପ ନଦୀ କୂଳିଆ ଏବଂ ବନ୍ୟା ବିପନ୍ନ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କଟକ ଓ ଖୋର୍ଦ୍ଧା ଜିଲ୍ଲା କେତେକ ତଳିଆ ଅଞ୍ଚଳର ଜଳମଗ୍ନ ହେବା ସହ ଘର ଓ ଚାଷ ଜମି ନଷ୍ଟ ହୋଇଛି । ନଦୀରୁ ବନ୍ୟା ଜଳ ହ୍ରାସ ପାଉଥିବାବେଳେ, ପୁଣି ଆଜି ଠାରୁ ଆଉ ଏକ ଲଘୁଚାପ ସମସ୍ୟାକୁ ଦ୍ଵିଗୁଣିତ କରିଛି ।

ଇଟିଭି ଭାରତ, ନିଆଳି

Last Updated : Aug 19, 2022, 2:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.