ETV Bharat / city

ମେ ୩ ରୁ ମାଟ୍ରିକ ପରୀକ୍ଷା, ୨୦ ପ୍ରତିଶତ ପରୀକ୍ଷା କେନ୍ଦ୍ର ବୃଦ୍ଧି - ମାଧ୍ୟାମିକ ଶିକ୍ଷା ପରିଷଦ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୨୦ ପ୍ରତିଶତ ପରୀକ୍ଷା କେନ୍ଦ୍ର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଅଧିକ ପଢ଼ନ୍ତୁ...

matric examination will start from may 3 with twenty percentage increased exam center
ମେ ୩ ରୁ ମାଟ୍ରିକ ପରୀକ୍ଷା, ୨୦ ପ୍ରତିଶତ ପରୀକ୍ଷା କେନ୍ଦ୍ର ବୃଦ୍ଧି
author img

By

Published : Feb 25, 2021, 10:02 PM IST

କଟକ: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୨୦ ପ୍ରତିଶତ ପରୀକ୍ଷା କେନ୍ଦ୍ର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। କୋରୋନା ଭାଇରସ ସଂକ୍ରମଣ ସତ୍ତ୍ବେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ହୋଇନାହିଁ। ମେ ୩ ତାରିଖରୁ ୧୫ ତାରିଖ ଯାଏଁ ହେବ ଏହି ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କରୋନା ଭାଇରସ ସଂକ୍ରମଣ ପାଇଁ ମାଟ୍ରିକ ପରୀକ୍ଷାର ଫର୍ମ ପୁରଣକୁ ବିନା ଫିସରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି।

ମେ ୩ ରୁ ମାଟ୍ରିକ ପରୀକ୍ଷା, ୨୦ ପ୍ରତିଶତ ପରୀକ୍ଷା କେନ୍ଦ୍ର ବୃଦ୍ଧି

କୋରୋନା ସଂକ୍ରମଣ ପାଇଁ ୨୦ ପ୍ରତିଶତ ପରୀକ୍ଷା କେନ୍ଦ୍ର ବୃଦ୍ଧି କରିବ ମାଧ୍ୟମିକ ଶିକ୍ଷା ପରିଷଦ। କୋଭିଡ କଟକଣା ମଧ୍ୟରେ ହେବ ମାଟ୍ରିକ ପରୀକ୍ଷା। ପରୀକ୍ଷାରେ ବଶୃଙ୍ଖଳା ଓ କପିକୁ ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରିବ ବୋର୍ଡ। ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ସମ୍ପୂର୍ଣ ପ୍ରସ୍ତୁତ ଥିବା ବୋର୍ଡ ସଭାପତି କହିଛନ୍ତି। ମାରାତ୍ମକ କୋଭିଡ - 19 ଭାଇରସରୁ ରକ୍ଷା ପାଇବା କଟକଣା ଜୋରଦାର କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.