ETV Bharat / city

ମାଟ୍ରିକ ପରୀକ୍ଷା ଆରମ୍ଭ, ସେଣ୍ଟର ଜଗିଛି CCTV - ଆଜିଠୁ ମାଟ୍ରିକ ପରୀକ୍ଷା

ଆଜିଠୁ (ଶୁକ୍ରବାର) ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-2) ଆଜିଠୁ ଆରମ୍ଭ ହୋଇଛି । 2ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆଜିଠୁ ମାଟ୍ରିକ ପରୀକ୍ଷା
ଆଜିଠୁ ମାଟ୍ରିକ ପରୀକ୍ଷା
author img

By

Published : Apr 29, 2022, 7:14 AM IST

Updated : Apr 29, 2022, 2:14 PM IST

କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-2) ଆଜିଠୁ ଆରମ୍ଭ ହୋଇଛି । 2 ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୮ ରୁ ୧୦ ଯାଏଁ ପରୀକ୍ଷା ହୋଇଛି । ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ମଇ 10 ଯାଏ ଚାଲିବ ପରୀକ୍ଷା । ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।

ମାଟ୍ରିକ ପରୀକ୍ଷା ଆରମ୍ଭ

ରାଜ୍ୟରେ ୩୫୪୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି । ନୋଡାଲ ସେଣ୍ଟର ମାନଙ୍କରେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ୨୧ ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ୨୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକଲେଟ ଓ ଓଏମଆର ସିଟ ପଠାଯାଇଛି । ଏହାସହ କପି ରୋକିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ 65 ଫ୍ଲାଇଂସ୍କ୍ବାର୍ଡ ସହିତ 4 ସ୍ତରୀୟ ବ୍ୟବସ୍ଥା ଓ ବୋର୍ଡର ସ୍ବତନ୍ତ୍ର 38ଟି ସ୍କ୍ବାର୍ଡ ହୋଇଛି । ଏଥର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଧିକାରୀ ସ୍କୁଲ ପରିଦର୍ଶନ କରିବେ ।

ମାଟ୍ରିକ ପରୀକ୍ଷାକୁ ସମେଟିଭ ଆସେସମେଣ୍ଟ ୨ ପରୀକ୍ଷା କୁହାଯାଉଥିବାବେଳେ ସମ୍ପୂର୍ଣ୍ଣ ବୋର୍ଡ଼ ଢାଞ୍ଚାରେ ଏହି ପରୀକ୍ଷା ହେଉଛି । ଟାଣ ଖରାକୁ ଆଖିରେ ରଖି ସକାଳ ୮ ରୁ ୧୦ ଯାଏଁ ପରୀକ୍ଷା ହେବ । ସକାଳ ୭ଟାରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯାଇଛି । ୭.୩୦ ଟାରେ ପିଲାଙ୍କୁ OMR ସିଟ ଦିଆଯାଇଛି ଓ ୭ ଟା ୪୫ ରେ ପ୍ରଶ୍ନପତ୍ର ଦିଆଯାଇଛି । ୮ ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ୮ଟା ରୁ ୯ ଟା ଓଏମଆର ସିଟରେ ୫୦ ମାର୍କର ଅବଜେକ୍ଟିଭ ପରୀକ୍ଷା ହେବ ।

୯ ଟାରୁ ୧୦ ଟା ଯାଏଁ ୩୦ ମାର୍କର ସବଜେକ୍ଟିଭ ପରୀକ୍ଷା । କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ଖରା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ବିଶେଷ କରି ବିଜୁଳି ସରବରାହ ଯେମିତି ବିଚ୍ଛିନ୍ନ ନ ହୁଏ, ସେଥିପାଇଁ ବିଦ୍ୟୁତ କମ୍ପାନୀ ସହ ଯୋଗାଯୋଗ ହୋଇଛି । ସବୁ କେନ୍ଦ୍ରରେ ସିସିଟିଭି ନଜର ରଖିଛି ।

ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷା କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେଇ ଉତ୍ତମ ପ୍ରଦର୍ଶନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଶାନ୍ତିପୂର୍ଣ୍ଣ ଓ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଛାତ୍ରଛାତ୍ରୀ, ଶିକ୍ଷk ଓ ଅଭିଭାବକଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ସହ ସମସ୍ତଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି। pic.twitter.com/rdAo7IboCv

    — Naveen Patnaik (@Naveen_Odisha) April 29, 2022 " class="align-text-top noRightClick twitterSection" data=" ">

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 29, 2022, 2:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.