ETV Bharat / city

ଅସନ୍ତୋଷର ବହ୍ନି ପରେ ସାରା ରାଜ୍ୟରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା - ମାଟ୍ରିକ ପରୀକ୍ଷା

ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ପରୀକ୍ଷା

author img

By

Published : Jul 30, 2021, 1:12 PM IST

Updated : Jul 30, 2021, 5:20 PM IST

17:08 July 30

କୋରାପୁଟରେ ଅଫଲାଇନ ମାଟ୍ରିକ ପରୀକ୍ଷା

କୋରାପୁଟରେ ଅଫଲାଇନ ମାଟ୍ରିକ ପରୀକ୍ଷା

କୋରାପୁଟ: ଜିଲ୍ଲାରେ ଆଜିଠାରୁ 16ଟି ପରୀକ୍ଷା କେନ୍ଦ୍ରରେ ଓଡିଶା ମାଧ୍ୟମିକ ବୋର୍ଡ ଆନୁକୂଲ୍ୟରେ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ପାଇଁ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କୁ ମିଶାଇ ସମୁଦାୟ 351 ଜଣ ପରୀକ୍ଷା ଦେବାକୁ ଥିବା ବେଳେ ସେଥିରୁ 308 ଜଣ ପରୀକ୍ଷା ଦେଇଛନ୍ତି ।  

ସେହିପରି ଓଡିଶା ମୁକ୍ତ ବିଦ୍ୟାଳୟ ପାଠ୍ୟକ୍ରମରେ 207 ଜଣ ପରୀକ୍ଷା ଦେବା ପାଇଁ ଆବେଦନ ପତ୍ର ଭରିଥିଲେ ହେଁ ସେଥିରୁ 177 ଜଣ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଜଣାପଡିଛି । ତେବେ ପରୀକ୍ଷା କେନ୍ଦ୍ର ଗୁଡିକରେ ଶାନ୍ତି ଶୃଙ୍ଖଳାର ସହ କୋଭିଡ ନିୟମ ପାଳନ କରାଯାଇ ପରୀକ୍ଷା ସମ୍ପନ୍ନ ହୋଇଥିବା କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ର ନିରୀକ୍ଷକ ଭାବେ ଜିଲ୍ଲା ପ୍ରଶାସନ ତରଫରୁ ଆସି ପରୀକ୍ଷା ତଦାରଖ କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ସନତ ମିଶ୍ର ଜଣାଇଛନ୍ତି ।  

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

17:07 July 30

ବ୍ରହ୍ମପୁୁରେ ଆରମ୍ଭ ଅଫଲାଇନ ମାଟ୍ରିକ ପରୀକ୍ଷା

ବ୍ରହ୍ମପୁର: କୋଭିଡ କଟକଣାରେ ଆରମ୍ଭ ହୋଇଛି ଚଳିତ ବର୍ଷର ଅଫଲାଇନ ମାଟ୍ରିକ ପରୀକ୍ଷା । ରାଜ୍ୟରେ ଚଳିତବର୍ଷ କୋରୋନା ଯୋଗୁଁ ପରୀକ୍ଷା କରାଯାଇନଥିବା ବେଳେ ଗତ କିଛି ଦିନ ତଳେ ଏହାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। 

ହେଲେ ବୋର୍ଡ ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଆପତ୍ତି କରିଥିବା ଏବଂ ପତ୍ର ବିନିମୟରେ ପରୀକ୍ଷା ଦେଉଥିବା ବିଭିନ୍ନ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଯେଉଁମାନେ ପରୀକ୍ଷା ଦେଇନଥିଲେ ସେମାନେ ଏହି ପରୀକ୍ଷା ପ୍ରଦାନ କରିବା ପାଇଁ ବୋର୍ଡର ନିର୍ଦ୍ଧାରିତ ସମୟରେ ଫର୍ମ ପୂରଣ କରିଥିଲେ। ବ୍ରହ୍ମପୁର ସହରରେ ଏହି ବିର୍ଦ୍ୟାର୍ଥୀଙ୍କ ପାଇଁ ମୋଟ ତିନୋଟି କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଇଛି । କୋଭିଡ କଟକଣା ମଧ୍ୟରେ ଏହି ପରୀକ୍ଷା କରାଯାଉଥିବା ବେଳେ ଏନେଇ ସହରର ସହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପରିସରରୁ ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ସୂଚନା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

14:00 July 30

ସୁରୁଖୁରୁରେ ହେଲା ମାଟ୍ରିକ ଅଫ ଲାଇନ ପରୀକ୍ଷା

ସୁରୁଖୁରୁରେ ହେଲା ମାଟ୍ରିକ ଅଫ ଲାଇନ ପରୀକ୍ଷା

ଅନୁଗୋଳ: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ଅଫ ଲାଇନ ପରୀକ୍ଷା । ଅନୁଗୋଳରେ ଏଥିପାଇଁ ୧୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୋଟ ୧୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ଅନୁଗୋଳ ହାଇସ୍କୁଲରେ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ସାନିଟାଇଜ କରା ଯିବା ସହ ମାସ୍କ ଦିଆ ଯାଉଛି । ସାମାଜିକ ଦୂରତାକୁ ବେଶି ଗୁରୁତ୍ୱ ଦିଆଯାଉଛି । ପ୍ରତ୍ୟେକ ପରୀକ୍ଷା ହଲରେ ଗୋଟିଏ ବେଞ୍ଚରେ ଜଣେ ଲେଖାଏଁ ପିଲାଙ୍କୁ ବସା ଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

13:03 July 30

ଅସନ୍ତୋଷର ବହ୍ନି ପରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

ଅସନ୍ତୋଷର ବହ୍ନି ପରେ ଆରମ୍ଭ ହେଲା ମ୍ୟାଟ୍ରିକ ପରୀକ୍ଷା

ବାଲେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ବାଲେଶ୍ଵର ଜିଲ୍ଲାରେ ସମୁଦାୟ 22 ଟି କେନ୍ଦ୍ରରେ 795 ଜଣ ପିଲା ପରୀକ୍ଷା ଦେଇଛନ୍ତି। ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନେକ ସ୍ଥାନରେ ପିଲାମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ଯେଉଁ ପିଲାମାନେ ନିଜର ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହିଛନ୍ତି ସେମାନେ ପୁଣି ପରୀକ୍ଷା ଦେଇ ପାରିବେ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ଏହି ଆଧାରରେ ଆଜିଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କୋଭିଡ ସମୟରେ ପରୀକ୍ଷା କରାଯାଉଥିବାରୁ କୋଭିଡର ସମସ୍ତ ନିୟମ ପାଳନ କରାଯାଉଥିବା ଦଦଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

13:01 July 30

କଟକଣାରେ ମାଟ୍ରିକ ପରୀକ୍ଷା

କଟକଣାରେ ମାଟ୍ରିକ ପରୀକ୍ଷା

ବ୍ରହ୍ମପୁର : କୋଭିଡ କଟକଣାରେ ଆରମ୍ଭ ହୋଇଛି ଚଳିତବର୍ଷର ଅଫ୍ ଲାଇନର ବ୍ୟବସ୍ଥାରେ ମାଟ୍ରିକ ପରୀକ୍ଷା । ରାଜ୍ୟରେ ଚଳିତବର୍ଷ କୋରୋନାର ଯୋଗୁଁ ପରୀକ୍ଷା କରାଯାଇନଥିବା ବେଳେ ଗତ କିଛି ଦିନ ତଳେ ଏହାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ହେଲେ ବୋର୍ଡ ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଆପତ୍ତି ଉଠାଯାଇଥିଲା  । ବ୍ରହ୍ମପୁର ସହରରେ ଏହି ପରୀକ୍ଷା ପାଇଁ ମୋଟ ତିନୋଟି କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଇଛି ।କୋଭିଡ କଟକଣା ମଧ୍ୟରେ ଏହି ପରୀକ୍ଷା କରାଯାଉଥିବା ବେଳେ ଏନେଇ ସହରର ସହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପରିସରରେ  ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି  ।

ବ୍ରହ୍ମପୁର ସମୀର ଆଚାର୍ଯ୍ୟ ଇଟିଭି ଭାରତ

12:07 July 30

କଟକରେ ସୁରୁଖୁରୁରେ ଆରମ୍ଭ ହେଲା ଅଫଲାଇନ ମାଟ୍ରିକ ପରୀକ୍ଷା

କଟକ: ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ପରୀକ୍ଷା । ଆଜି ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷା  ହୋଇଛି  । ସକାଳ 10ରୁ ଦିନ 12 ଟା ପର୍ଯ୍ୟନ୍ତ  ପରିକ୍ଷା ଚାଲିଥିଲା  । ଏହା ପୂର୍ବରୁ ପରୀକ୍ଷାର୍ଥୀ ମାନେ ସକାଳ 9 ଟା ବେଳେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପରେ ସାଢେ 9 ଟାରେ ସେମାନଙ୍କ ଙ୍କୁ OMR ପ୍ରଦାନ କରାଯାଇଥିଲା । ମାଟ୍ରିକ ପରୀକ୍ଷା ଫଳକୁରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଦେଇଛନ୍ତି। ରାଜ୍ୟରେ ମୋଟ 15151 ଜଣ ପରୀକ୍ଷାର୍ଥୀ ଙ୍କ ପାଇଁ 504 ଟି ପରୀକ୍ଷା କେନ୍ଦ୍ର କରାଯାଇଛି। 15151 ଜଣ ପରୀକ୍ଷା ର୍ଥୀଙ୍କ ମଧ୍ୟରୁ 6597 ଜଣ ରେଗୁରାଲ ପରୀକ୍ଷାର୍ଥୀ ରହି ଥିବାବେଳେ SOSର 8493 ଓ ମଧ୍ୟମାର 61 ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷା କେନ୍ଦ୍ର ଗୁଡିକରେ କୋଭିଡ କଟକଣାକୁ ପାଳନ କରାଯିବା ସହିତ ମାସ୍କ ଓ ଥର୍ମାଲ ସ୍କ୍ରିଙ୍ଗ କୁ ବଧାତା ମୂଳକ କରାଯାଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 30, 2021, 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.