ETV Bharat / city

ଶହୀଦ ସ୍ମୃତି ଦିବସ, 26 ପୋଲିସଙ୍କୁ ମନେ ପକାଉଛି ମାଟି

author img

By

Published : Oct 21, 2021, 12:50 PM IST

ଆଜି ଜାତୀୟ ପୋଲିସ ଶହୀତ ସ୍ମୃତି ଦିବସ । କର୍ତ୍ତବ୍ୟ ଓ ନିଷ୍ଠା ଆଗରେ ଜୀବନଦାନ ଦେଇଥିବା ବୀର ପୋଲିସଙ୍କ ସ୍ମୃତି ଚାରଣ କରୁଛି ମାଟି । ଅଧିକ ପଢନ୍ତୁ...

ପୋଲିସ ଶହୀଦ ସ୍ମୃତି ଦିବସରେ ବୀରଙ୍କୁ ମନେପକାଉଛି ମାଟି

କଟକ: ପୋଲିସ ସେବାରେ ଥିବା ଏବଂ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ଶହୀନମାନଙ୍କ ବଳିଦାନକୁ ମନେ ପକାଇ ସାରା ଦେଶରେ ପାଳନ ହେଉଛି ପୋଲିସ ଶହୀଦ ସ୍ମୃତି ଦିବସ । ରାଜ୍ୟରେ ମଧ୍ୟ ବିଭିନ୍ନ ସ୍ଥାନରେ ଶହୀଦ ପୋଲିସଙ୍କ ସ୍ମୃତିଚାରଣ କରାଯାଉଛି ।

ଏହି ଅବସରରେ ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଚଳିତ ବର୍ଷ ଶହୀଦ ହୋଇଥିବା ଓଡିଶା ପୋଲିସର 26 ଜଣ ଶହୀଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି 26 ଜଣ ଶହୀଦଙ୍କ ମଧ୍ୟରୁ 22 ଜଣ କୋଭିଡରେ ପ୍ରାଣ ହରାଇ ଥିବାବେଳେ 4 ଜଣ ମାଓ ଅପରେସନରେ ଶହୀଦ ହୋଇଛନ୍ତି । ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ପୋଲିସ ଡିଜି ଅଭୟଙ୍କ ସମେତ ଟୁଇନ ସିଟିରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ଆଇପିଏସ ଅଧିକାରୀ ଯୋଗ ଦେଇଥିଲେ । ଏହାପରେ ଶହୀଦଙ୍କୁ ସଲାମୀ ପୂର୍ବକ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.