କଟକ: କମିଶନରେଟ ପୋଲିସ ହ୍ୟାଣ୍ଡକପରେ ଜୁଆଡି ଗ୍ୟାଙ୍ଗ । ପାଟ୍ରୋଲିଂ ସମୟରେ କଟକ ବାସୁଳି ସାହିରୁ 4 ଜଣ ଜୁଆଡି ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ (Mangalabag police arrested Gambler )। ଦୀର୍ଘ ଦିନରର ଲୁଚକାଳୀ ଖେଳ ପରେ ଗତକାଲି ଜୁଆଡିଙ୍କ ଟିଟୁଆ ଦାସ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି ।
ଗିରଫ 4 ଅଭିଯୁକ୍ତ ହେଉଛନ୍ତି ଟିଟୁଆ ଦାସ, ଶ୍ରୀନାଥ ପୃଷ୍ଟି, ବାପୁଜି ନାୟକ, ନିଳାମ୍ବର ସାହୁ । ତେବେ ଗିରଫ ସମୟରେ ନଗଦ ଟଙ୍କା, ଜୁଆ ପାଲି, କିଛି ପେପର ଚିଟ ଆଦି ଜବତ କରି ଅଭିଯୁକ୍ତ ବା ଟିଟୁଆ ଗ୍ୟାଙ୍ଗକୁ କୋର୍ଟ ଚାଲାଣ କରିଛି ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ