କଟକ: କଟକରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ପକ୍ସୋ ଅଦାଲତ । ଏଥିସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।୨୦୧୫ ଫେବୃଆରୀ ୪ ତାରିଖରେ, ବାଦାମବାଡି ଅଞ୍ଚଳର ଅଭିଯୁକ୍ତ ରାକେଶ ମହାନ୍ତି, ଜଣେ ନାବାଳିକାଙ୍କୁ ଅପହରଣ କରି ପୁରୀର ଏକ ଲଜରେ ରଖି ଦୁଷ୍କର୍ମ କରିଥିଲା ।
ଏହାର ପରଦିନ ଅର୍ଥାତ ଫେବୃଆରୀ ୫ ତାରିଖରେ ପୀଡିତା ସେଠାରୁ ଖସି ଆସିଥିଲେ ଏବଂ ମହିଳା ଥାନାରେ ସବୁ କଥା କହିଥିଲେ। ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଏଥିସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସି ଧାରା ୩୬୩ ,୩୬୬ ଓ ୬ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ତେବେ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ