ETV Bharat / city

ଅନ୍ୟର ପତ୍ନୀକୁ ପଠାଉଥିଲେ ଅଶ୍ଲୀଳ ମେସେଜ, ଛେଚା ଖାଇ ହେଲେ ସାତବେଣ୍ଟିଆ

author img

By

Published : May 27, 2022, 12:53 PM IST

ମହଙ୍ଗା ପଡିଲା ମୋବାଇଲ୍‌କୁ ମେସେଜ୍‌ ପଠାଇବା । ମୋବାଇଲ୍‌କୁ ଅଶ୍ଲୀଳ ମେସେଜ୍‌ ପଠାଇବାକୁ ନେଇ ଗଣ୍ଡଗୋଳ । ଅଧିକ ପଢ଼ନ୍ତୁ

ପର ସ୍ତ୍ରୀକୁ ମେସେଜ ପଠାଇବା ହେଲା କାଳ, ଛେଚା ଖାଇ ହେଲେ ସାତବେଣ୍ଟିଆ

କଟକ: ମହଙ୍ଗା ପଡିଲା ମୋବାଇଲ୍‌କୁ ମେସେଜ୍‌ ପଠାଇବା । ମୋବାଇଲ୍‌କୁ ଅଶ୍ଲୀଳ ମେସେଜ୍‌ ପଠାଇବାକୁ ଉପୁଜିଛି ଗଣ୍ଡଗୋଳ ସ୍ଥିତି । ଏଥିପାଇଁ ବନ୍ଧା ହୋଇ ମାଡ଼ ଖାଇବା ସହ ଲଣ୍ଡା କରି ସାତବେଣ୍ଟିଆ କଲେ ଗ୍ରାମବାସୀ । କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଗାଁରେ ଚିନ୍ମୟୀ ମହାନ୍ତି ଆଣିଛନ୍ତି ଏଭଳି ଅଭିଯୋଗ । ଏହିଗାଁର ରବୀନ୍ଦ୍ର ମହାନ୍ତି ତାଙ୍କ ମୋବାଇଲରୁ ସେହି ଗାଁର ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ମେସେଜ ଭୁଲରେ ପଠେଇ ଦେଇଥିବାରୁ ତାଙ୍କ ପରିବାର ଓ ସଂପର୍କୀୟ ସେଥିରେ ଉତକ୍ଷୀପ୍ତ ହୋଇ ତାଙ୍କୁ ଓ ତାଙ୍କ ପତ୍ନୀ ଚିନ୍ମୟୀ ମହାନ୍ତିଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଏବଂ ପରେ ତାଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ସହ ଲଣ୍ଡା କରି ସାତବେଣ୍ଟିଆ କରିଥିବା ନେଇ ଅଭିଯୋଗ ହୋଇଛି । ଗାଁର ବାବୁଲା ମହାନ୍ତି, ବାବାଜୀ ମହାନ୍ତି, ସାବି ମହାନ୍ତି ତାଙ୍କ ସ୍ୱାମୀଙ୍କ ଉପରକୁ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ରାଇସୁଙ୍ଗୁଡ଼ା ଗାଁର ରବି ମହାନ୍ତି ସେହି ଗାଁର ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇଥିଲା । ଏହି ଘଟଣାକୁ ନେଇ ରବି ମହାନ୍ତିଙ୍କ ପରିବାରକୁ ସେହି ଗାଁର ଗ୍ରାମବାସୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରୁ ରବି ମହାନ୍ତି କୌଣସି କ୍ରମେ ଖସି ଆସିଥିବା ବେଳେ ରବିଙ୍କ ସ୍ତ୍ରୀ ଚିନ୍ମୟୀକୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ଚିନ୍ମୟୀଙ୍କ ପିଲାମାନେ ଓ ତାଙ୍କ ଶାଶୁ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ଏନେଇ ଚିନ୍ମୟୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପର ପକ୍ଷେ ବାବୁଲା ଓ ତାର ସହଯୋଗୀମାନେ ଚିନ୍ମୟୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ଉଭୟ ଅଭିଯୋଗକୁ ଭିତ୍ତି କରି ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.