କଟକ: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମାହାଲିଙ୍ଗ ସନ ସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ଜାତୀୟ ମହିଳା କମିଶନ ରେଖା ଶର୍ମା । ପ୍ରତିକ୍ରିୟା ରଖି ମାମଲାରେ ସରକାରଙ୍କୁ ଦାୟୀ କରିଛନ୍ତି ରେଖା । କାହିଁକି ରାଜ୍ୟ ସରକାର ମନ୍ତ୍ରୀଙ୍କୁ ବହିଷ୍କୃତ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ରେଖା କହିଛନ୍ତି ଯେ, ମମିତା ମାମଲାର ତଦନ୍ତ CBIକୁ ହସ୍ତାନ୍ତର କରିବା ଆବଶ୍ୟକ । ଏଥିସହ ଘଟଣାର ଅନ୍ୟ ଦିଗ ପ୍ରତି ମଧ୍ୟ ଅନୁସନ୍ଧାନ କରାଯିବା ଉଚିତ୍ । ସରକାର ବର୍ତ୍ତମାନ ସୁଦ୍ଧା କାହିଁକି ତଦନ୍ତ ଦାୟିତ୍ବ ସରକାରଙ୍କ ହସ୍ତାନ୍ତର କରିନାହାନ୍ତି । ସରକାର କାହିଁକି ମନ୍ତ୍ରୀଙ୍କୁ ବଞ୍ଚାଉଛନ୍ତି । ଏନେଇ ଓଡ଼ିଶା ପୋଲିସ ଡିଜିପିଙ୍କ ସହ ଆଲୋଚନା କରାଯିବ ।
ମନ୍ତ୍ରୀଙ୍କୁ ତାଙ୍କ ପଦରୁ ବହିଷ୍କାର କରିବାର ଆବଶ୍ୟକତା ରହିଛି ବୋଲି ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି । ଏଥିସହ ଅଧିକାଂଶ ମହିଳା ବିରୋଧୀ ଘଟଣାରେ ମନ୍ତ୍ରୀ ଓ ରାଜନେତାଙ୍କ ସମ୍ପୃକ୍ତି ରହୁଛି, ଯାହାଫଳରେ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ କରିଛନ୍ତି ରେଖା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ