ETV Bharat / city

ମମିତା ମେହେର ମାମଲା, ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ABVPର ବିକ୍ଷୋଭ - ABVP Student Union

ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି ଛାତ୍ର ସଙ୍ଗଠନ । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଛି ସଙ୍ଗଠନ । ଅଧିକ ପଢନ୍ତୁ...

ମମିତା ମେହେର ନିଖୋଜ ମାମଲା, ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏବିଭିପିର ବିକ୍ଷୋଭ

author img

By

Published : Oct 20, 2021, 6:28 AM IST

କଟକ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା । ଏନେଇ ଆଜି(ମଙ୍ଗଳବାର) ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି ଛାତ୍ର ସଙ୍ଗଠନ ।

ମମିତା ମେହେର ନିଖୋଜ ମାମଲା, ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏବିଭିପିର ବିକ୍ଷୋଭ

ତେବେ ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁ ଏହି ମାମଲାର ଦୋଷୀ । ବିଦ୍ୟାଳୟ ସଂଚାଳକ ଗୋବିନ୍ଦ ସାହୁ ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଓଡିଶା ସରକାରର ବହୁ ମନ୍ତ୍ରୀମାନଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ । ରାଜ୍ୟ ସରକାରଙ୍କ ବହୁ ପ୍ରଭାବଶାଳୀ ମନ୍ତ୍ରୀ ଗୋବିନ୍ଦ ସାହୁଙ୍କ ବିଦ୍ୟାଳୟ ଏବଂ କଲେଜକୁ ବିଭିନ୍ନ ସମୟରେ ଅତିଥି ହୋଇ ଯାଇଛନ୍ତି ।

ଏଥିସହ ରାଜ୍ୟ ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଙ୍ଗଠନ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ସଙ୍ଗଠନ ଅଭିଯୋଗ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.