ETV Bharat / city

ମେଡିସିନ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ, ବହୁମୂଲ୍ୟ ମେଡିକାଲ ସାମଗ୍ରୀ ନଷ୍ଟ - କଟକ ମେଡିସନ ଷ୍ଟୋର ଅଗ୍ନିକାଣ୍ଡ

କଟକରେ ଏକ ମେଡିସିନ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କା ମେଡିକାଲ ସାମଗ୍ରୀ ଜଳି ପୋଡି ନଷ୍ଟ । ଅଧିକ ପଢନ୍ତୁ...

ମେଡିସିନ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ, ବହୁମୂଲ୍ୟ ମେଡିକାଲ ସାମଗ୍ରୀ ନଷ୍ଟ

author img

By

Published : Jun 3, 2021, 6:46 AM IST

କଟକ: ସହରର ଚାନ୍ଦିନିଚୌକ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ନିକଟରେ ଥିବା ସୁବର୍ଣ୍ଣା ସର୍ଜିକାଲ ନାମକ ଏକ ମେଡିସିନ ଷ୍ଟୋରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ମେଡିସିନ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ, ବହୁମୂଲ୍ୟ ମେଡିକାଲ ସାମଗ୍ରୀ ନଷ୍ଟ

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ମେଡିସିନ ଦୋକାନରେ ହଠାତ୍ ନିଆଁ ଲାଗିଥିଲା । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଦୋକାନରେ ଲକ୍ଷାଧିକ ଟଙ୍କାର ମେଡିକାଲ ସାମଗ୍ରୀ ମହଜୁଦ ଥିବାବେଳେ ନିଆଁରେ ସବୁକିଛି ଜଳିପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.