କଟକ: ସୋମବାର ମଦ ବିରୋଧୀ ଆନ୍ଦୋଳନର ମଙ୍ଗ ଧରିବ ମହିଳା କଂଗ୍ରେସ । ଗୌରୀ ଶଙ୍କର ପାର୍କ ନିକଟରେ ସାମିଲ ହେବେ ହଜାର ହଜାର ମହିଳା । ଆଉ ସରକାରଙ୍କ ମଦ ଦୋକାନ ଖୋଲିବା ନୀତିକୁ କରିବେ ବିରୋଧ ।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ପୂର୍ବରୁ କଟକ ସହରରେ ଅନେକ ସମାଜିକ ଅନୁଷ୍ଠାନ, କଲୋନୀ ବାସିନ୍ଦା ମଦ ଦୋକାନ ଉଚ୍ଛେଦ ପାଇଁ ସରକାରଙ୍କୁ ଦାବି କରି ଆସୁଛନ୍ତି । ଆଉ ଏହାରି ମଧ୍ୟରେ କଂଗ୍ରେସ ମଧ୍ୟ ସୋମବାର ଏହାର ଉଚିତ ଜବାବ ଦେବା ଲକ୍ଷ୍ୟରେ ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ