ETV Bharat / city

ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ହସ୍ତକ୍ଷେପ କରନ୍ତୁ ମୁଖ୍ୟମନ୍ତ୍ରୀ: ରାଜ୍ୟ ବିଜେପି

author img

By

Published : Jan 3, 2021, 4:56 PM IST

ମହାଙ୍ଗାରେ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ଉପ ସଭାପତି ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଦାବି କରିଛି ବିଜେପି । ଅଧିକ ପଢନ୍ତୁ...

mahanga bjp leader murder case
ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ହସ୍ତକ୍ଷେପ କରନ୍ତୁ ମୁଖ୍ୟମନ୍ତ୍ରୀ: ରାଜ୍ୟ ବିଜେପି

କଟକ: ମାହାଙ୍ଗା ମର୍ଡର ମିଷ୍ଟ୍ରିରେ ଖୋଲିବ ଗୁମର । ବିଜେପିର ବରିଷ୍ଠ କର୍ମୀଙ୍କୁ କିଏ ହତ୍ୟା କରିଛି ତାହା ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ଜଣାପଡୁଛି । ଏହା ଶାସକ ଦଳର କାମ ବୋଲି ଅଭିଯୋଗ ହେଉଛି । ତେବେ ଶୀଘ୍ର ଖୋଦ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଦାବି କରିଛି ରାଜ୍ୟ ବିଜେପି ।

କଟକ ଜିଲ୍ଲା ମହାଙ୍ଗାରେ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏହି ହତ୍ୟାକାଣ୍ଡରେ ଶାସକ ଦଳର ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଛନ୍ତି । ଏ ନେଇ ସେ ପୂର୍ବରୁ ମଧ୍ୟ ହତ୍ୟା ଧମକ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ତାଙ୍କ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ଲୋକଲୋଚନକୁ ଆଣିଥିଲେ। ରାଜ୍ୟରେ ବିଜେଡି ପଶ୍ଚିମବଙ୍ଗ ଭଳି ରଜନୈତିକ ହିଂସା ସୃଷ୍ଟି କରୁଛି ବୋଲି କହିଛନ୍ତି । ଏହି ଘଟଣା ସ୍ଥାନୀୟ ମନ୍ତ୍ରୀଙ୍କ ପ୍ରରୋଚନାର ହୋଇଛି ବୋଲି ଅଭିଯୋଗ କରିଛନ୍ତି । ଏହି ଘଟଣାରେ ନିଜେ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ । ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରାଯାଉ ବୋଲି ବିଜେପି ଉପସଭାପତି ଦାବି କରିଛନ୍ତି । ଏହି ଘଟଣାରେ ଉପଯୁକ୍ତ ନ୍ୟାୟ ନ ମିଳିଲେ ସାରା ଓଡିଶାରେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ସୂଚନା ଥାଉକି ଗତକାଲି କଟକ ମାହାଙ୍ଗା ତଥା ସାଲେପୁରରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଯାକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଘଟଣାସ୍ଥଳରେ କୁଳମଣି ବରାଳ ମୃତ୍ୟୁବରଣ କିରିଥିବାବେଳେ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ ଚିକିତ୍ସାଧୀନ ଅବସ୍ଥାରେ ମୃ୍ତ୍ୟୁବରଣ କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.