ETV Bharat / city

ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲା ମଧୁସୂଦନ ଆଇନ ମହାବିଦ୍ୟାଳୟ - Madhusudan Law university

ରାଜ୍ୟର ସର୍ବପୁରାତନ ଆଇନ ମହାବିଦ୍ୟାଳୟ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟର ମାନ୍ୟତା । 2020 ଜୁନ 1ରୁ ବିଧିବଦ୍ଧ ଭାବେ ଏହା ବିଶ୍ବବିଦ୍ୟାଳୟ ଭାବେ କାର୍ଯ୍ୟକାରୀ ହେବ । ଅଧିକ ପଢନ୍ତୁ...

Madhusudan Law College is recognized as a university
ପୂରଣ ହେଲା ଦୀର୍ଘ ଦିନର ଦାବି, ବିଶ୍ବବିଦ୍ୟାଳୟ ହେଲା ମଧୁସୂଦନ ଆଇନ ମହାବିଦ୍ୟାଳୟ
author img

By

Published : Mar 10, 2020, 8:31 PM IST

କଟକ: ଭାଙ୍ଗିଲା ରାଜ୍ୟ ସରକାରଙ୍କ ନିଦ । କାନରେ ପଡିଲା ଦୀର୍ଘ ଦିନର ଦାବି । ରାଜ୍ୟର ସର୍ବପୁରାତନ ଆଇନ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟର ମାନ୍ୟତା । ଜୁନ 1ରୁ ବିଧିବଦ୍ଧ ଭାବେ ବିଶ୍ବବିଦ୍ୟାଳୟରେ ପରିଣତ ହେବ କଟକ ମଧୂସୁଦନ ଆଇନ ମହାବିଦ୍ୟାଳୟ ।

ପୂରଣ ହେଲା ଦୀର୍ଘ ଦିନର ଦାବି, ବିଶ୍ବବିଦ୍ୟାଳୟ ହେଲା ମଧୁସୂଦନ ଆଇନ ମହାବିଦ୍ୟାଳୟ

1943 ମସିହାରେ କଟକରେ ପ୍ରତିଷ୍ଠା ହୋଇଥିଲା ଏହି ମହାବିଦ୍ୟାଳୟ । ଅନେକ ଆଇନ ବିଷାରଦଙ୍କ ଭବିଷ୍ୟତ ଗଢିଥିବା ଏହି ମହାବିଦ୍ୟାଳୟକୁ ଦୀର୍ଘ ସମୟ ଧରି ଉପେକ୍ଷା କରାଯାଉଥିଲା । ୨୦୧୮ରେ ବିଜୁ ଜନତା ଦଳ ଆଇନ ସାମ୍ମୁଖ୍ୟ ବୈଠକରେ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ହେଲେ ଏହା କେବଳ ସରକାରୀ କାଗଜପତ୍ରରେ ଅଟକି ରହିଥିଲା । ଯାହାକୁ ନେଇ ସଭିଁଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ କିନ୍ତୁ ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ1889ରେ ସେକ୍ସନ ୩୨ର ସବ୍‌-ସେକ୍ସନ(୩)ର ସବ୍‌-ସେକ୍ସନ(୧), (୨) ଓ କ୍ଲଜ୍‌(ଜି) ଅନୁଯାୟୀ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଛି । ଆସନ୍ତା 2020 ଜୁନ ୧ରୁ ଏହା ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଭାବେ କାର୍ଯ୍ୟକାରୀ ହେବ । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଆଇନ ମହାବିଦ୍ୟାଳୟ ଏହି ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ। ଏହା ପରେ ରାଜ୍ୟର ସ୍ବୟଂଶାସିତ ଆଇନ ମହାବିଦ୍ୟାଳୟକୁ ଛାଡି ସମସ୍ତ ସରକାରୀ ଓ ବେସରକାରୀ ଆଇନ ମହାବିଦ୍ୟାଳୟ ଏହାର ଅଧିକୃତ ହେବ । ତେବେ ବିଭିନ୍ନ ବିଶ୍ବବିଦ୍ୟାଳୟ ଅଧୀନରେ ଚାଲୁଥିବା କଲେଜ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଅଧୀନରେ ପୂର୍ବଭଳି କାମ କରିବେ । ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନାମଲେଖା, ପରୀକ୍ଷା ପରିଚାଳନା, ମୂଲ୍ୟାୟନ ପ୍ରଦାନ ପରି ବିଭିନ୍ନ ବିଷୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳତୟ ଅଧୀନରେ କାମ କରିବ । ସେପଟେ ମଧୁସୂଦନ ଆଇନ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ଘୋଷଣା ପରେ ଛାତ୍ରଛାତ୍ରୀ ଖୁସି ହେବା ସହ ଇଟିଭି ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଆଇନ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟରେ ପରିଣତ ହେବା ପରେ ଏହାର ଭିତ୍ତିଭୂମି ବିକାଶ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ । ଏଥିସହିତ ଆବଶ୍ୟକତା ଅନୁଯାୟୀ ଅଧ୍ୟାପକ, ଟିଚିଂ ନନ ଟିଚିଂ ଷ୍ଟାଫ୍‌ ମଧ୍ୟ ନିୟୋଜିତ ହେବେ । ଉନ୍ନତମାନର ଶିକ୍ଷାଦାନ ସହ ପାଠାଗାର, ଛାତ୍ରୀ ନିବାସ ମଧ୍ୟ ପ୍ରତିଷ୍ଠା ହେବ । ଅନ୍ୟପକ୍ଷରେ ଓଡିଶାର ଏହି ସର୍ବପୁରାତନ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟରେ ପରିଣତ ହେବା ଇତିହାସ ପୃଷ୍ଠାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ ।

ଦେଢବର୍ଷ ପୂର୍ବେ ବିଜୁ ଜନତାଦଳ ଆଇନ ସାମ୍ମୁଖ୍ୟ ବୈଠକରେ ମଧୂସୁଦନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ସଭିଏଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.