କଟକ: ଆଜି ଦଶହରାର ଶେଷଦିନ । ଏହାପରେ ମା’ଙ୍କୁ ଦିଆଯିବ ଅନ୍ତିମ ବିଦାୟ । ମା’ ଜଗତଜନନୀଙ୍କୁ ଆସନ୍ତାକାଲି ଦିଆଯିବ ମେଲାଣି। ତେବେ କଟକର ମୋଟ 6 ଟି ସ୍ଥାନରେ ହେବ ଭସାଣ କାର୍ଯ୍ୟକ୍ରମ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପ ପ୍ରତୀକ ସିଂ ।
ଆଜି ହେଉଛି ପବିତ୍ର ବିଜୟ ଦଶମୀ । ସିଲଭର ସିଟି କଟକରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ଆସନ୍ତାକାଲି ସମସ୍ତ ପୂଜା ମଣ୍ଡପରେ ମା’ଙ୍କୁ ଦିଆଯିବ ଅନ୍ତିମ ବିଦାୟ । କଟକରେ ମା’ଙ୍କୁ ମେଲାଣି ଦେବା ପାଇଁ ପ୍ରସ୍ତୁତ କରାଯାଇଛି ୬ ଟି ସ୍ଥାନ । କାର୍ତ୍ତିକେଶ୍ବର, ଦେବୀଗଡା, ମାରିଟାଇମ ମ୍ୟୁଜିୟମ, ଘଟକୂଳ, ଚହଟା ଅଞ୍ଚଳରେ ମା ଙ୍କ ବିସର୍ଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ବିସର୍ଜନ କାର୍ଯ୍ୟକ୍ରମ କରାଯିବା ପାଇଁ ସବୁ ପୂଜା କମିଟିଙ୍କୁ ଅବଗତ କରାଯାଇଛି । ସଂନ୍ଧ୍ୟା 6 ଟା ମଧ୍ୟରେ ମେଲାଣି ପ୍ରକ୍ରିୟା ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ ।
ଏହା ସହ ସ୍ଲଟ ହିସାବରେ ହେବ ଭସାଣ ପ୍ରକ୍ରିୟା କରାଯିବ । ଘଣ୍ଟାଏ ପରେ ଘଣ୍ଟାଏ ସ୍ଲଟ ବୁକ କରି ଭସାଣି କରିବେ ପୂଜା କମିଟି । ତେବେ ପ୍ରତି ଛକରେ ମୁତୟନ ରହିବେ ପୋଲିସ । ପୂଜା କମିଟିର 7 ଜଣ ସଦସ୍ୟ ଭସାଣ ପ୍ରକ୍ରିୟାରେ ହେବେ ସାମିଲ । ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ