ETV Bharat / city

ବ୍ୟାଙ୍କ ମ୍ୟାନେଜର କହି ଲକ୍ଷାଧିକ ଲୁଟ, ପୋଲିସ ପକାଇଲା ହ୍ୟାଣ୍ଡକପ

author img

By

Published : Jun 6, 2021, 8:48 PM IST

ଏସବିଆଇ ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଥିଲା ହଡ଼ପ । ଏହି ଲୁଟ ମାମଲାରେ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

ବ୍ୟାଙ୍କ ମ୍ୟାନଜର କହି ଲକ୍ଷାଧିକ ଲୁଟ
ବ୍ୟାଙ୍କ ମ୍ୟାନଜର କହି ଲକ୍ଷାଧିକ ଲୁଟ

କଟକ: ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ନାଁ କହି ଲକ୍ଷାଧିକ ଟଙ୍କା ଲୁଟ। ଫୋନ କଲରେ ହୋଇଥିଲା ଯୋଗାଯୋଗ । ଏସବିଆଇ ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଥିଲା ହଡ଼ପ । ଏନେଇ ସ୍ଥାନୀୟ ଚାଉଳିଆଗଞ୍ଜ ଥାନାରେ ହୋଇଥିଲା ମାମଲା । ଯାହାର ରବିବାର ହୋଇଛି ପର୍ଦ୍ଦାଫାସ । ଏହି ଲୁଟ ମାମଲାରେ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ବ୍ୟାଙ୍କ ମ୍ୟାନଜର କହି ଲକ୍ଷାଧିକ ଲୁଟ

ସୂଚନା ଅନୁସାରେ, ନୂଆବଜାର ଅଞ୍ଚଳରେ ରହୁଥିବା ରବି ନାରାୟଣ ମହାପାତ୍ରଙ୍କୁ ଏକ ଅଜଣା ନମ୍ବରରୁ ନକଲି ଏସବିଆଇ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜରଙ୍କ ଫୋନ କଲ ଆସିଥିଲା । ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମାଗିଥିଲା ନକଲି ମ୍ୟାନେଜର ବାବୁ । ହେଲେ ଏହି କଥାକୁ ବାସ୍ତବ ଭାବି ଟଙ୍କା ପୈଠ କରିଥିଲେ ରବି। ହେଲେ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରକାର ସୂଚନା ନ ମିଳିବାରୁ ତାଙ୍କର ସନ୍ଦେହ ହୋଇଥିଲା। ସଙ୍ଗେ ସଙ୍ଗେ ସେ ସ୍ଥାନୀୟ ଥାନାରେ ମାମଲା ଦାୟର କରିଥିଲେ ।

ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ଶେଷରେ ଦୁଇ ଜଣଙ୍କ ଘଟଣାରେ ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା । ପୁରୀରୁ ସୁପ୍ରଭାତ ମହାପାତ୍ର ଓ ଜଗତସିଂହପୁରରୁ ତନ୍ମୟ କୁମାର ବେହେରାଙ୍କୁ ଟ୍ରାକ କରିବା ପରେ ଗିରଫ କରିଛି ପୋଲିସ । ଗିରଫ ସମୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଦାମୀ ମୋବାଇଲ ଫୋନ ଓ ବେନାମୀ ସିମ ଓ ଏକ ଗାଡି ଜବତ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.