ETV Bharat / city

ହନିଟ୍ରାପରେ ଫସିଲେ ଯୁବ ଇଞ୍ଜିନିୟର: 3 ଗିରଫ, ଯୁବତୀ ଫେରାର - ହନିଟ୍ରାପରେ ଲୁଟ୍

କଟକ ଲାଲବାଗ ଅଞ୍ଚଳରେ ଯୁବ ଇଞ୍ଜିନିୟରଙ୍କୁ ହନିଟ୍ରାପ ମାଧ୍ୟମରେ ଲୁଟ୍ । ୩ ଅଭିଯୁକ୍ତ ଗିରଫ, ମୋହରା ବନିଥିବା ଯୁବତୀ ଫେରାର୍ । ଅଧିକ ପଢନ୍ତୁ

ହନିଟ୍ରାପରେ ଫସିଲେ ଯୁବ ଇଞ୍ଜିନିୟର: 3 ଗିରଫ, ଯୁବତୀ ଫେରାର୍

author img

By

Published : Jan 19, 2022, 4:33 PM IST

କଟକ: ଲାଲବାଗ ଅଞ୍ଚଳର ଯୁବକଙ୍କୁ ହନି ଟ୍ରାପ କରି ଲୁଟ । ଜଣେ ଯୁବ ଇଞ୍ଜିନିୟରଙ୍କୁ ଲୁଟ ଅଭିଯୋଗରେ 3 ଜଣ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କୁ ଗିରଫ ସହ 25 ହଜାର ଟଙ୍କା ଓ ତିନୋଟି ମୋବାଇଲ ଜବତ କଲା ଲାଲବାଗ ପୋଲିସ । ସେପଟେ ହନି ଟ୍ରାପରେ ସହଯୋଗ କରିଥିବା ଯୁବତୀ ଫେରାର ଥିବା ସୂଚନା । ହନିଟ୍ରାପ ର ମାଷ୍ଟର ମାଇଣ୍ଡ କଟକ ର ଏକ ପ୍ରତିଷ୍ଠିତ କଲେଜ ର ଲ୍ୟାବ ଆସିଷ୍ଟାଣ୍ଟ ।

ହନିଟ୍ରାପରେ ଫସିଲେ ଯୁବ ଇଞ୍ଜିନିୟର: 3 ଗିରଫ, ଯୁବତୀ ଫେରାର୍

ସୂଚନା ଅନୁଯାୟୀ, କଟକର ଏକ ଯୁବ ଇଞ୍ଜିନିୟରଙ୍କୁ ହନି ଟ୍ରାପର ଶିକାର କରିବା ଅଭିଯୋଗରେ ଲାଲବାଗ ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଯୁବତୀ ଫେରାର ହୋଇଯାଇଛି । ପୋଲିସ ଘଟଣାରେ 25 ହଜାର ଟଙ୍କା, ଅଭିଯୋଗକାରୀଙ୍କ ATM ଓ ମୋବାଇଲ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ କଟକର ଏକ ଘରୋଇ କଲେଜର ଚତୃର୍ଥ ଶ୍ରେଣୀ କର୍ମଚାରୀ ।

ସେ ଇଞ୍ଜିନିୟରଙ୍କୁ ଯୁବତୀ ଯୋଗାଇ ଦେବା ପ୍ରଲୋଭନ ଦେଖାଇ କନିକା ଛକର ଏକ ଭଡା ଘରକୁ ନେଇଥିଲେ । ସେଠାରେ ପୂର୍ବରୁ ଜଣେ ଯୁବତୀ ଅପେକ୍ଷା କରିଥିଲେ । ଘର ଭିତରେ ଯୁବତୀଙ୍କ ସହ ଇଞ୍ଜିନିୟରିଙ୍କୁ ବସାଇ ଫଟୋ ଉଠାଇ ଏଟିଏମ ଛଡାଇ ନେଇଥିଲେ । ପରେ ଏଟିଏମରୁ 25 ହଜାର ଟଙ୍କା ଉଠାଇ ନେବା ସହ ଏକ ଲକ୍ଷ ଟଙ୍କା ମାଗିଥିଲେ ।

ଏନେଇ ଇଞ୍ଜିନିୟରି ଜଣକ ପୋଲିସରେ ଏତଲା ଦେଇଥିଲେ । ତଦନ୍ତ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରି 25 ହଛାର ଟଙ୍କା, ଏଟିଏମ ଓ ମୋବାଇଲ ଜବତ କରିଛି । ସେପଟେ ଫେରାର୍ ଥିବା ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ ଖୋଜୁ ଥିବାବେଳେ ଅଭିଯୁକ୍ତ ମାନେ ଆଗରୁ କାହାକୁ ଫସାଇଛନ୍ତି କି ସେନେଇ ତଦନ୍ତ ଜାରି ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.