ETV Bharat / city

କୋରୋନା କାଳରେ ବଢୁଛି ଲୁଟପାଟ, ଚିନ୍ତାରେ ସିଲଭର ସିଟି - ଦିନଦ୍ବିପହରରେ ଲୁଟେରାଙ୍କ ଆତଙ୍କରାଜ

କୋରୋନା କଟକଣା କୋହଳ ପରେ ବୃଦ୍ଧି ପାଉଛି ଲୁଟପାଟ ଛିନତାୟୀ ଘଟଣା । ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ସିଲଭରସିଟି । ଯାହାଫଳରେ ସହରବାସୀଙ୍କୁ କୋରୋନା ଭୟ ଚିନ୍ତା ଘାରିଥିବାବେଳେ ଏବେ ଦିନଦ୍ବିପହରରେ ଲୁଟେରାଙ୍କ ଆତଙ୍କରାଜ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

cuttack
କୋରୋନା କାଳରେ ବଢୁଛି ଲୁଟପାଟ
author img

By

Published : Aug 7, 2020, 8:11 PM IST

କଟକ: କୋରୋନା ନିୟନ୍ତ୍ରଣ ପାଇଁ ଯେତେ କଟକଣା କରାଯାଉଛି, ତାହାର ନକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ବଢୁଛି ଲୁଟେରାଙ୍କ ସଂଖ୍ୟା। ଏହାକୁ ଅତି ସହଜ ଆଉ ସୁବିଧା ଉପାୟ ଭାବି ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଯୁବକ। ଯାହାଫଳରେ ଅସୁରକ୍ଷିତ କଟକବାସୀ। କହିବାକୁ ଗଲେ ସହରରେ ଏବେ ଗୋଟେ ପଟେ କୋରୋନା ଚିନ୍ତା ଅନ୍ୟପଟେ ଲୁଟେରାଙ୍କ ଚିନ୍ତା।

କଟକର ଜଣେ ବୃଦ୍ଧା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ହଠାତ ଦୁଇ ଡକାୟତ ଆଖିପିଛୁଳାକେ 50 ହଜାର ଟଙ୍କା ତାଙ୍କଠୁ ଝାମ୍ପି ନେଇଥିଲେ । ଏହି ଘଟଣା ଦିନ ଦ୍ବିପହରରେ ଆଉ ଜନ ଗହଳିପୂର୍ଣ ସ୍ଥାନରେ ଘଟିଥିବାବେଳେ ଏହି ଘଟଣାକୁ ନେଇ ବୃଦ୍ଧା ଜଣକ କଟକ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ଦେଇଛନ୍ତି।

କୋରୋନା କାଳରେ ବଢୁଛି ଲୁଟପାଟ

କିଛିଦିନର ଚୁପ ପରେ ପୁଣି ସିଲଭରସିଟିରେ ମାତିଲେଣି ଲୁଟେରା । କୋରୋନା ଭାଇରସ ଭୟରେ ସମସ୍ତେ ଘରେ ରହୁଥିବାବେଳେ ଏବେ ବି ସରକାର ଆପଣାଉଛନ୍ତି ଲକଡାଉନ ସଟଡାଉନ ଫର୍ମୁଲା । ମାତ୍ର ଏହି ସମୟରେ କିଛି ଛିନତାୟୀ ଲୁଟେରା ଗୋଷ୍ଠୀ ନିଜର ଦବଦବା ଜାହିର କରି ଜନଜୀବନକୁ ଅସ୍ତବ୍ୟସ୍ତ କରିଛନ୍ତି । ଲକଡାଉନର କଡା କଟକଣାରେ ଅପରାଧ କମିଥିଲେ ବି କଟକଣା କୋହଳ ପରେ ପୁଣି ମାତିଛନ୍ତି ଲୁଟେରା ।

ବିଶେଷକରି ଯେଉଁ ପ୍ରବାସୀମାନେ ରାଜ୍ୟ ବାହାରକୁ ଯାଇ ରୋଜଗାର କରୁଥିଲେ ପ୍ରାୟ ସମସ୍ତେ ଏବେ ବେରୋଜଗାର । ସ୍ଥିତି ଏମିତି ଲାଗି ରହିଲେ, ଆଗକୁ ମଧ୍ୟ ଏହି ସମସ୍ୟା ଅତି ଗୁରୁତର ହେବ । ଅନ୍ୟପଟେ କଟକ ଡିସିପି କହିଛନ୍ତି, ଲକଡାଉନ କୋହଳ ପରେ ସହରରେ ଲୁଟ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ସତର୍କ ରହିବା ସହ ଛାନଭିନ ଆରମ୍ଭ କରିଥିବା ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.