କଟକ: ଜିଲ୍ଲାରେ କୋହଳ ହୋଇପାରେ ଲକଡାଉନ କଟକଣା । ଏନେଇ ଇଙ୍ଗିତ ଦେଇଛନ୍ତି କଟକ ଡିସିପି ଅଖିଲେଶ୍ଵର ସିଂହ ।
ବାଦାମବାଡ଼ି ମୁଖ୍ୟ ରାସ୍ତାରେ ବସୁଥିବା ପରିବା ମାର୍କେଟକୁ ଅନ୍ୟ ସ୍ଥାନକୁ ହଟାଯିବ । ବିଶେଷକରି ଫାଙ୍କା ପଡିଆରେ ପରିବା ମାର୍କେଟ ବସିବ ବୋଲି ନିଷ୍ପତି ନିଆଯାଇଛି । ଏନେଇ ଉପଯୁକ୍ତ ସ୍ଥାନ ଚିହ୍ନଟ ଚାଲିଛି । ବାଦାମବାଡ଼ି ମୁଖ୍ୟ ରାସ୍ଥାକୁ ଖାଲି କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା ୨୦ ତାରିଖ ପରେ କଟକ ସହରରେ ସାମାନ୍ୟ କୋହଳ କରିବା ଉପରେ ପ୍ରକ୍ରିୟା ଚାଲିଥିବା କଟକ ଡିସିପି ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ