କଟକ: ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ବୁଧବାର ପର୍ଯ୍ୟନ୍ତ ମୋଟ ୭୪୧୫ଟି ମାମଲା ରୁଜୁ କରାଯାଇଛି। ମାର୍ଚ୍ଚ ୨୪ ତାରିଖ ଠାରୁ ବୁଧବାର ପର୍ଯ୍ୟନ୍ତ ଏତେ ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ସକାଳୁ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୨ଟି ମାମଲା ରୁଜୁ କରାଯାଇଛି । ଏହି ୧୨ଟି ମାମଲା ମଧ୍ୟରୁ ୧୧ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବାବେଳେ ଗୋଟିଏ ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ