ETV Bharat / city

ନିୟମିତ ଭାଙ୍ଗୁଛି ତାଲାବନ୍ଦ ନିୟମ, ଏଯାବତ୍‌ 6994 ମାମଲା ରୁଜୁ

author img

By

Published : Jul 19, 2020, 10:50 PM IST

ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣ କରିବା ସହ ରାଜ୍ୟବାସୀଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର । ତଥାପି ଚେତିବାକୁ ନାରାଜ ନିୟମ ଭଙ୍ଗକାରୀ ଅମାନିଆ ।

corona fight in odisha, lockdown rule violation, lockdown update, rule breakers in odisha, case registered for lockdown rule violation, police headquarter, cuttack latest news, ରାଜ୍ୟରେ କୋରୋନା ମୁକାବିଲା, ତାଲାବନ୍ଦ ନିୟମ ଉଲଙ୍ଘନ, ତାଲାବନ୍ଦ ଅପଡେଟ, ରାଜ୍ୟରେ ଅମାନିଆଙ୍କ ରାଜ, ତାଲାବନ୍ଦ ନିୟମ ଉଲଙ୍ଘନ ନେଇ ମାମଲା ରୁଜୁ, ପୋଲିସ ମୁଖ୍ୟାଳୟ, କଟକ ଲାଟେଷ୍ଟ ନ୍ୟୁଜ୍‌
ନିୟମିତ ଭାଙ୍ଗୁଛି ତାଲାବନ୍ଦ ନିୟମ, ଏଯାବତ୍‌ 6994 ମାମଲା ରୁଜୁ

କଟକ: ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣ କରିବା ସହ ରାଜ୍ୟବାସୀଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର । ତଥାପି ଚେତିବାକୁ ନାରାଜ ନିୟମ ଭଙ୍ଗକାରୀ ଅମାନିଆ । ଏନେଇ ରାଜ୍ୟର ବିଭିନ୍ନ ଥାନାରେ ଏଯାବତ୍‌ 6994ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ 24 ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 6994ଟି ମାମଲା ରୁଜୁ ହୋଇଛି । ଏଥିରେ ଗତ 24 ଘଣ୍ଟା ମଧ୍ୟରେ କେବଳ 16ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ 14ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରହିଥିବା ବେଳେ ଅନ୍ୟ 2ଟି ମାମଲା ଅନ୍ୟାନ୍ୟ କାରଣରୁ ରୁଜୁ ହୋଇଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛି ରାଜ୍ୟ ପୋଲିସ ମୁଖ୍ୟାଳୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.