କଟକ: ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ମଙ୍ଗଳବାର ପର୍ଯ୍ୟନ୍ତ ମୋଟ ୭୪୫୪ ଟି ମାମଲା ରୁଜୁ କରାଯାଇଛି। ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
![ତାଲାବନ୍ଦ ନିୟମ ଉଲଙ୍ଘନ, ୨୪ ଘଣ୍ଟାରେ ୭ ଟି ମାମଲା](https://etvbharatimages.akamaized.net/etvbharat/prod-images/od-ctc-narayan-lockdownviolation-avo-7204486_25082020200350_2508f_03006_195.jpg)
ସୋନବାର ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ କରାଯାଇଛି। ଏହି ୭ ଟି ମାମଲା ମଧ୍ୟରୁ ୩ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗ ରେ ରୁଜୁ କରାଯାଇଥିବା ବେଳେ ୪ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ