କଟକ: ଲକ୍ଡାଉନ୍ ନିୟମକୁ ଉଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ 4664 ଟି ମାମଲା ରୁଜୁ କରାଯାଇଛି। ଗତ 24 ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ 122 ଟି ମାମଲା ରୁଜୁ କରାଯାଇଛି। ଏହି 122 ଟି ମାମଲା ମଧ୍ୟରୁ 118 ଟି ମାମଲା ଲକ୍ଡାଉନ୍ ନିୟମ ଉଲଂଘନ କରିବା ଅଭିଯୋଗରେ ରୁଜୁ ହୋଇଥିବାବେଳେ , ହୋମକ୍ବାରେଣ୍ଟାଇନ ଉଲଂଘନ କରିବା ଅଭିଯୋଗରେ ଗୋଟିଏ ମାମଲା ରୁଜୁ ହୋଇଛି।
ସେହିପରି ଗୋଟିଏ ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ଓ 2 ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲଂଘନ ନେଇ ମାମଲା ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କଟକ ନାରାୟଣ ସାହୁ, ଇଟିଭି ଭାରତ