ETV Bharat / city

ଲକଡାଉନ ପ୍ରଭାବ, ରାସ୍ତାକଡରେ ଶିଶୁକନ୍ୟା ଜନ୍ମ ଦେଇ ମା' ମୃତ

ଗୋଟିଏ ପଟେ କୋରୋନା ମୁକାବିଲା ପାଇଁ ଲକ ଡାଉନରେ ଓଡିଶା । ଏଭଳି ସ୍ଥିତିରେ ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି କଟକ ସହରରେ । ଅଧିକ ପଢନ୍ତୁ...

author img

By

Published : Mar 31, 2020, 7:33 AM IST

ଲକ ଡାଉନ ପ୍ରଭାବ, ରାସ୍ତା କଡରେ ଶିଶୁ କନ୍ୟା ଜନ୍ମ ଦେଇ ମା' ମୃତ

କଟକ: କୋରୋନା କବଳରୁ ମୁକାବିଲା କରିବାକୁ ଗୋଟିଏ ପଟେ ଲକ ଡାଉନ । ଅନ୍ୟପଟେ, ଲକ ଡାଉନ ଯୋଗୁଁ ବାଜିରେ ଲାଗିଛି ଜୀବନ । ଆଜି ଏଭଳି ଏକ ଅଭବାନୀୟ ଘଟଣା ଘଟିଯାଇଛି କଟକ ଦରଘା ବଜାର ଥାନା ପୋଲିସ ଷ୍ଟେସନ ଅଞ୍ଚଳରେ । ଲକ ଡାଉନ ପାଇଁ ଗାଡି ମୋଟର ବନ୍ଦ ଥିବାବେଳେ, ଜଣେ ଗର୍ଭବତୀ ଯନ୍ତ୍ରଣା ସହ୍ୟ କରିନପାରି ରାସ୍ତା କଡରେ ଶିଶୁ କନ୍ୟାକୁ ଜନ୍ମ ଦେଇ ଜୀବନ ହାରିଛନ୍ତି ।

ସୈତାନି ବଗିଚା ଅଞ୍ଚଳରେ ଭଡା ରହିଥିବା ଏକ ଦିନ ମଜୁରିଆଙ୍କ ପତ୍ନୀ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ । ହେଲେ ଲକ ଡାଉନ ଥିବାରୁ ସମସ୍ତ ଗାଡି ମୋଟର ବନ୍ଦ ରହିଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ମହିଳା ଜଣ ବାଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ସେଠାରେ ପ୍ରାଣତ୍ୟାଗ କରିଥିଲେ ।

ଘଟଣାସ୍ଥଳରେ ଦରଘା ଥାନା ପୋଲିସ ପହଞ୍ଚି ମହାପ୍ରାଣୟନ ଗାଡି ସାହାଯ୍ୟରେ ମୃତ ମହିଳାଙ୍କ ମୃତଦେହକୁ ଘରକୁ ପଠାଇଥିଲେ । ଏପରିକି କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ । ତେବେ ପୋଲିସ ବିଭାଗ କେବଳ ଯେ, କର୍ତ୍ତବ୍ୟ ପରାୟଣ ନୁହେଁ ବରଂ ବେଶ ବଦନ୍ୟତା ବୋଲି ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.