କଟକ: ଦିନକୁ ଦିନ ବଢି ଚାଲିଛି ଜମି ମାଫିଆଙ୍କ ଦୌରାମ୍ୟ । କଟକ ସେଲଟର ଛକରେ ଥିବା ନେତାଜୀ ସଂଘ ପଡିଆକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି ଜମି ମାଫିଆ । ଆଉ ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ଦୀର୍ଘ 70 ବର୍ଷ ଧରି ସ୍ଥାନୀୟ ଲୋକେ ସେହି ସ୍ଥାନରେ ବିଭିନ୍ନ ପୂଜା , ସାଂସ୍କୃତିକ ଓ ସାମଜିକ କାର୍ଯ୍ୟକ୍ରମ କରିଆସୁଛନ୍ତି । ହେଲେ ଏହି ଜମି ଉପରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି ।
ଏପରିକି ସ୍ଥାନୀୟ ଲୋକଙ୍କୁ ଜମି ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ମଧ୍ୟ ଥାନାରେ ପହଞ୍ଚିଛି । ତେବେ ଏହାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି ଅଞ୍ଚଳବାସୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ