କଟକ: ଲକ୍ଡାଉନ୍ ସମୟରେ କେଶରପୁରରେ ପୋଲିସ ଉପରକୁ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ 31 ଜଣଙ୍କ ଜାମିନ ଖାରଜ ହୋଇଛି । ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଏସଡିଜେଏମ୍ କୋର୍ଟ ।
ସୂଚନାଯୋଗ୍ୟ, ଗତ 5 ତାରିଖରେ କେଶରପୁରରେ ପାଟ୍ରୋଲିଂ ସମୟରେ ହଠାତ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା । ଯେଉଁଥିରେ ମଙ୍ଗଳାବାଗ ଥାନା ଅଧକାରୀ ଆହତ ହୋଇଥିଲେ । ଏହାକୁ ଆଧାର କରି ପ୍ରଥମେ 25 ଓ ପରେ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।
ତେବେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଛି ବୋଲି କହିଛନ୍ତି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ଵଜିତ ବରାଳ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ